କନକ ବ୍ୟୁରୋ: ପୁଣି ବ୍ରହ୍ମପୁରରେ ଏନକାଉଂଟର । ଦୁର୍ଦ୍ଦାନ୍ତ ଅପରାଧୀ ମୋହନ ରାଓକୁ ଗୁଳି କଲା ପୁଲିସ । ମୋହନ ରାଓର ୨ଟି ଗୋଡରେ ବାଜିଛି ଗୁଳି । ଏମକେସିଜି ମେଡିକାଲରେ ତାକୁ ଭର୍ତି କରାଯାଇଛି । ବିଭିନ୍ନ ଥାନାରେ ମୋହନ ରାଓ ନାଁରେ ୧୭ରୁ ଅଧିକ ମାମଲା ରହିଛି ।ବ୍ରହ୍ମପୁର ସଦର ଥାନା ଝାଡାଙ୍କୁଳିଠାରେ ସଦର ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ ଗୁଳିର ଜବାବରେ ବୋମା ମାଡ କରିଥିଲା ମୋହନ ରାଓ । ଏଥିରେ ଏସ୍ଆଇ ସୂର୍ଯ୍ୟ ପାଢୀ ଓ ଇନସପେକ୍ଟର ଏସଏସ୍ ମହାପାତ୍ର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ମୋହନ ରାଓ ନାମରେ ଡକାୟତି, ହତ୍ୟା ଉଦ୍ୟମ , ଲୁଟ୍ ଭଳି ୧୭ଟି ମାମଲା ବିଭିନ୍ନ ଥାନାରେ ରହିଛି। ବିଭିନ୍ନ ସମୟରେ ମାଉଜର ଦଖାଇ ମୋହନ ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିଥାଏ। ତେବେ ଆଜି ବଡ଼ି ଭୋରରେ ଅର୍ଥାତ ଭୋର ସାଢ଼େ ୪ଟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ମୋହନ ଏକ ପଲସରରେ ଯାଉଥିବା ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲ। ମାତ୍ର ମୋହନ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ମୋହନ ଗୁଳିର ପ୍ରତି ଜବାବ ଦେବାକୁ ଯାଇ ଇନସପେକ୍ଟର ଏସଏସ ମହାପାତ୍ର ଓ ସବ୍ ଇନସପେକ୍ଟର ସୂର୍ୟ୍ୟ ପାଢ଼ୀ ପାଲଟା ଗୁଳି ଚଳାଇବାରୁ ମୋହନର ଦୁଇଟି ଗୋଡ଼ରେ ଗୁଳି ବାଜିଥିଲା ଓ ସେ ସେଠାରେ ତଳେ ପଡ଼ି ଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-14-at-9.07.19-AM.png)
/kanak/media/post_attachments/wp-content/uploads/2018/04/Screen-shot-2018-04-14-at-9.07.29-AM-300x183.png)