କନକ ବ୍ୟୁରୋ: ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛିଦିନ ତଳେ ମହିଳାଙ୍କୁ ଗୁଳି କରି ଫେରାର ଥିଲା ସନ୍ତୁ । ସନ୍ତୁ ନାଁରେ ବିଭିନ୍ନ ଥାନାରେ ଅକାଧିକ ମାମଲା ରହିଛି ।

Advertisment