ପୋଲିସ-ଡକାୟତ ଗୁଳିବିନିମୟ ! ଗିରଫ ହେଲା କୁକ୍ଷାତ ଅପରାଧୀ ରଞ୍ଜିତ ବାଗ୍ ।

Advertisment
ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା ! ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର. ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ଗିରଫ ହେଲା କୁଖ୍ୟାତ ଅପରାଧୀ ରଞ୍ଜିତ ବାଗ୍ । ଜୟପୁର ପାୱାର ଛକ ନିକଟରେ ପୋଲିସ ଓ ଡକାୟତ ମୁହାଁମୁହିଁ ହୋଇଥିଲେ । ଏହି ଗୁଳିବିନିମୟରେ କୁଖ୍ୟାତ ଅପରାଧୀ ରଞ୍ଜିତ ବାଗଙ୍କୁ ଗିରଫ କରାଯାଇଛି । ତେବେ ପୋଲିସ ରଞ୍ଜିତଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଓ ଟଙ୍କା ଜବତ କରିଛି ।
ସୂଚନା ଅନୁଯାୟୀ, ଆଜି ପ୍ରାୟ ସଂନ୍ଧ୍ୟା ୭ଟାରେ ଜୟପୁରର ପାୱାର ଛକ ନିକଟରେ ପୋଲିସ ଏବଂ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଜଣେ ପୋଲିସ କର୍ମୀଙ୍କୁ ଗୁଳି ବାଜିବା ସହିତ ରଞ୍ଜିତ ବାଗଙ୍କ ଗୋଡରେ ମଧ୍ୟ ଗୁଳି ବାଜିବାଥିଲା । ପରେ ତାଙ୍କୁ ଆହତ ଅବସ୍ଥାରେ ପୋଲିସ ଗିରଫ କରିଛି । ତେବେ ଏହି କୁଖ୍ୟାତ ଅପରାଧୀ ରଞ୍ଜିତଙ୍କ ନାଁରେ କୋରାପୁଟ ଏବଂ ମାଲକାନାଗିରିରେ ଏକାଧୀକ ମାମଲା ଥିବା ଜଣା ପଡିଛି । ଏହି କୁଖ୍ୟାତ ଅପରାଧୀ ଡକାୟତି, ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧରେ ସାମିଲ ଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ତେବେ ରଞ୍ଜିତଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ଗୁଳି, ନଗଦ ୫ହଜାର ଟଙ୍କା ଏବଂ ମୋବାଇଲ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe