ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଶୁଶାନ୍ତ ମାଝି ଆହତ, ଶୁଶାନ୍ତଙ୍କ ନାଁରେ ରହିଛି ଅନେକ ଅପରାଧୀକ ମାମଲା

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ମାଝି ଆହତ

268
କନକ ବ୍ୟୁରୋ: ପୁଣି ରାଜଧାନୀରେ ପୁଲିସର ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ମାଝି ଆହତ ହୋଇଛି। ତାର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟର ଘଟଣା ଗତକାଲି ରାତିରେ କଳିଙ୍ଗନଗର କେ-୭ ଅଞ୍ଚଳରେ ଘଟିଛି। ଆହତ ସୁଶାନ୍ତ ନିକଟରୁ ଗୋଟିଏ ୯ଏମଏ୍ ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା’ ନାମରେ ଡକାୟତି ଓ ହତ୍ୟାକାଣ୍ଡ ଭଳି ବହୁ ଅପରାଧିକ ମାମଲା ରହିଛି। ଟାଙ୍ଗୀରେ ୬୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସେ ସମ୍ପୃକ୍ତି ଥିବା ସୂଚନା ମିଳିଛି।
ଏଥିସହିତ ଖୋର୍ଦ୍ଧାରେ ମଧ୍ୟ ପୁଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛି। ଆହତ ଅପରାଧିର ନାମ ଜାମ୍ସେଦ ଖାନ। ତାକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ନିରାକାରପୁର ଓ ଟାଙ୍ଗୀ ପୁଲିସ ମିଳିତ ଭାବେ ଏହି ଏନକାଉଣ୍ଟର କରିଥିଲା। ଏଥିରେ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।