କନକ ବ୍ୟୁରୋ : ରାଉରକେଲାରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ନୂଆଗାଁ ମଣ୍ଡପ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି । ଚଢାଉ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ଅପରାଧୀ । ଏହା ପରେ ପୋଲିସ ଏନକାଉଣ୍ଟର କରିଥିଲା । ଦୁଇ ଅପରାଧୀ ହେଲେ ମୁସ୍ତାକ ଆଲାମ ଓ ମହମ୍ମଦ ଗୁଡ଼ୁ । ବହୁଚର୍ଚ୍ଚିତ ରେଲୱେ କଲୋନୀ ଗୋରେ ହତ୍ୟାକାଣ୍ଡରେ ଏମାନେ ସଂପୃକ୍ତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us