ପୁରୀରେ ଏନକାଉଣ୍ଟର । ପୋଲିସ ସହ ଧସ୍ତାଧସ୍ତି କରି ଖସି ପଳାଉଥିବା ବେଳେ ଗୋଡରେ ବାଜିଲା ଗୁଳି ।

312

କନକ ବ୍ୟୁରୋ : ପୁରୀରେ ଏନକାଉଣ୍ଟର । ବଟି ଆଦାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ମାମଲାରେ ଅପରାଧୀ ବିଜୁ ବେହେରାକୁ ପୋଲିସର ଏନକାଉଣ୍ଟର । ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି । ତେବେ ଅପରାଧୀଠାରୁ ପିସ୍ତଲ ସମେତ ୩ ରାଉଣ୍ଡ ଗୁଳି ଓ ମୋଟରସାଇକେଲ୍ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପୋଲିସ ସହ ଧସ୍ତାଧସ୍ତି କରି ଖସି ପଳାଇବା ବେଳେ ଅପରାଧୀ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର କରିଥିଲା । ତେବେ ପୁରୀ ଚନ୍ଦନପୁର ଅଞ୍ଚଳରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।