ନିଶାରେ ଚୁର ପୁଲିସ ବାବୁଙ୍କ ଉତ୍ପାତ! ଉମରକୋଟ ପୁରୁଣା ବସଷ୍ଟାଣ୍ଡରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଭ୍ୟ ଭାଷାରେ ଗାଳି ଗୁଲଜ ।

40

କନକ ବ୍ୟୁରୋ : ଖାକି ବର୍ଦ୍ଦିର ବୋତଲ ନିଶା । ନବରଙ୍ଗପୁର ଜିଲ୍ଲାରେ ପୁଣି ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାରେ ନାଚିଛନ୍ତି କନଷ୍ଟେବଳ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବସଷ୍ଟାଣ୍ଡରେ ଥିବା ପୋଲିସ ପୋଷ୍ଟ ନିକଟରେ । ମାତାଲ ହୋଇ ଖାକି ପୋଷାକରେ ଥାଇ ଜଣେ କନଷ୍ଟେବଳ ଭୁଲିଯାଇଛନ୍ତି ନିଜ ଦାୟିତ୍ୱ । ସମୟ ରାତି ପ୍ରାୟ ୯ଟା । ଜଣେ ବ୍ୟକ୍ତି ପରିବାର ସହ ଗୁପଚୁପ ଦୋକାନାରେ ଗୁପଚୁପ ଖାଇବାକୁ ଅଟକିଥିଲେ ।

କିନ୍ତୁ କାର୍ଯ୍ୟରତ କନଷ୍ଟେବଳ ସୁରେଶ ପାତ୍ର ରାସ୍ତା ଉପରେ ରୋଲ ଦେଖାଇଥିଲେ । ସେ ମହିଳାଙ୍କୁ ଗାଳିଗୁଲଜ କରିବା ରାସ୍ତା ଉପରେ ଡ୍ୟାନ୍ସ କରିଥିଲେ । ଛାତିରେ ହାତ ପିଟି ଓ ନିଶକୁ ମୋଡି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଚାରିଦିନ ତଳେ ପୋଲିସ ପୋଷ୍ଟ ଉଦଘାଟନ ହୋଇଥିଲା । ତେବେ ପୋଲିସର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।