ବିବାହ ଭୋଜି ଉପରେ ଚଢାଉ ପରେ ଖାଦ୍ୟ ସାମଗ୍ରୀ ଫୋପାଡିଲାନି ପୋଲିସ । ଗାଁ ଲୋକଙ୍କୁ ଖାଇବା ବାଣ୍ଟିଲେ ପୋଲିସ ଅଧିକାରୀ ।

388

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ, ଗଞ୍ଜାମ ସାନଖେମୁଣ୍ଡିରେ ବିବାହ ଭୋଜି ଉପରେ ଚଢାଉ ପରେ ଖାଦ୍ୟ ସାମଗ୍ରୀ ଫୋପାଡିଲାନି ପୋଲିସ ପ୍ରଶାସନ । ଏହା ବଦଳରେ ଗାଁ ଲୋକଙ୍କୁ ଖାଇବା ବାଣ୍ଟି ଦେଲେ ପୋଲିସ ଅଧିକାରୀ । ଗତକାଲି ପୋଲସରାରେ ବିବାହ ବେଳେ ଭୋଜି ଖାଦ୍ୟକୁ ପ୍ରଶାସନ ଫୋପାଡି ଦେବା ନେଇ ଖବର ପ୍ରସାରଣ ହୋଇଥିଲା । ଆଉ ଆଜି ସାନଖେମୁଣ୍ଡି ଓସ୍ତା ଜଗନ୍ନାଥପୁରରେ କରୋନା କଟକଣା ସମୟରେ ଧୁମଧାମରେ ଚାଲିଥିଲା ଭୋଜି ଭାତର ଆସର । ଏଥିରେ ପ୍ରାୟ ୫ଶହ ଲୋକ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଶହ ଶହ ଅତିଥି ଯୋଗ ଦେଇଥିଲେ କିନ୍ତୁ ପ୍ରଶାସନକୁ ଖବର ମିଳିବା ପରେ ଚଢାଉ କରାଯାଇଥିଲା । ବାହାଘର ଭୋଜିରେ ସାନଖେମୁଣ୍ଡି ତହସିଲଦାର ଓ ପାଟପୁର ଆଇଆଇସିଙ୍କ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । କଟକଣା ନମାନିବାରୁ ୧୦ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏହାସହ ରୋଷେଇ ସାମଗ୍ରୀକୁ ନଷ୍ଟ ନକରି ଲୋକଙ୍କୁ ବାଂଟି ଦିଆଯାଇଛି ।