କନକ ବ୍ୟୁରୋ : ଗତ ୨୫ ତାରିଖରୁ ଅଶାନ୍ତ ରହିଛି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଦୁଇ ଗୋଷ୍ଠା ମଧ୍ୟରେ ଚାପା ଉତେଜନା ଲାଗି ରହିଥିବା ବେଳେ ସମସ୍ତ ଗତିବିଧି ଉପରେ ନଜର ରଖିଛି ପ୍ରଶାସନ । ଏଭଳି ସ୍ଥିତିରେ ଗତକାଲି ହଠାତ ଏହି ଅଂଚଳରେ ପହଂଚିଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପି ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ଥାନା ଗସ୍ତ କରିଥିଲେ ଏବଂ ସେଠାରେ ମାଓ ଗତିବିଧି ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ଡିଜିପିଙ୍କ ସହ ଅତିରିକ୍ତ ଡିଜିପି ସତ୍ୟଜିତ୍ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅଂଚଳର ସାମଗ୍ରିକ ବିକାଶ ହିଁ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଡିଜିପି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/DGP.jpg)