୮ ଘଂଟାରୁ ଅଧିକ ହେବ ନାହିଁ ପୋଲିସ ବାବୁଙ୍କ ଡ୍ୟୁଟି । କର୍ମଚାରୀଙ୍କ ଅଫିସ ଆସିବା କଟକଣା ଏପ୍ରିଲ ୧୪ ପର୍ଯ୍ୟନ୍ତ ବୃଦ୍ଧି : ପୋଲିସ ଡିଜିପି

3,098

କନକ ବ୍ୟୁରୋ : ଲକଡାଉନ ସମୟରେ ଆଠ ଘଣ୍ଟାରୁ ଅଧିକ ସମୟ ଟପିବ ନାହିଁ ପୁଲିସ ବାବୁଙ୍କ ଡ୍ୟୁଟି। ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିବ।  ଏ ସଂକ୍ରାନ୍ତରେ ପୁଲିସ ଡିଜି ଅଭୟ ପ୍ରତ୍ୟେକ ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖ ପରେ ମଧ୍ୟ ଲକ୍ ଡାଉନ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ପୁଲିସ ଅଫିସରମାନେ ଯେଭଳି ବିଶ୍ରାମ ନେଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କରୋନାର ଭୟାବହତା ଦେଶରେ ବ୍ୟାପିବାକୁ ଲାଗିଥିବାରୁ ଗଲା ୨୨ ତାରିଖ ଜନତା କର୍ଫ୍ୟୁ ଜାରି ହୋଇଥିଲା। ପରେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀ ଓଭର ଡ୍ୟୁଟି କରୁଥିବା ଘଟଣା ସାମ୍ନା‌କୁ ଆସିଥିଲା। ଏଭଳି ପ୍ରସଂଗକୁ ପୁଲିସ ଡିଜି ଗୁରୁତ୍ବର ସହିତ ଗ୍ରହଣ କରିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲା ପୁଲିସ ଏସପି/ଡିସିପିଙ୍କ ସହିତ ଆଲୋଚନା କରିଛନ୍ତି। କ୍ଷେତ୍ରରେ ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ନିଜ ଜିଲ୍ଲାର ପୁଲିସ ମୁଖ୍ୟ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟର ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଥା ସମ୍ଭବ ସମସ୍ତ ପୁଲିସ ସପ୍ତାହକୁ ଯେଭଳି ଗୋଟିଏ ଦିନ ଛୁଟି ପାଇ ବିଶ୍ରାମ ନେବେ, ସେ ଦିଗକୁ ସୁନିଶ୍ଚିତ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।