ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ଘରେ ରହି ରଥଯାତ୍ରା ଦେଖିବାକୁ ଦେଲେ ଆହ୍ୱାନ

177

କନକ ବ୍ୟୁରୋ: ରଥଯାତ୍ରା ନେଇ ସମୀକ୍ଷା କଲେ ପୋଲିସ ଡିଜି । ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି । ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଲେ । ପୁରୀବାସୀ ପୂର୍ବଥର ପରି ସହଯୋଗ କରନ୍ତୁ । ଗତ ବର୍ଷ ପୁରୀବାସୀଙ୍କ ସହଯୋଗ ଯୋଗୁଁ ରଥଯାତ୍ରା ସଫଳ ହୋଇଥିଲା ବୋଲି କହିଛନ୍ତି ଡିଜିପି ।

ରଥଯାତ୍ରା ସୁରକ୍ଷା ନେଇ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ପୁରୀ ଏସପି । ତେବେ ଏହି ବ୍ଲୁ ପ୍ରିଣ୍ଟକୁ ନେଇ ଆଲୋଚନା କରାଯିବ । ଆଉ ରଥଯାତ୍ରା ସୁରକ୍ଷା ନେଇ ଚୂଡାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ରଥ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବ ।