କନକ ବ୍ୟୁରୋ : ମାଲକାନଗିରିରେ ପୋଲିସ ଡ଼ିଜି । ତୁଲସୀ ପାହାଡ଼ ଏନକାଉଂଟର ପରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଏହି ଅବସରରେ ସେ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ପୋଲିସ ଗୁଳିରେ ନିପାତ ହୋଇଥିଲେ ୩ ମାଓବାଦୀ । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିଲେ । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ ହୋଇଥିଲା । ଗୁଇନ୍ଦା ସୁଚନା ଅନୁସାରେ ୨ଟି ଟିମ୍ ଉପରେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ । ମାଲକାନଗିରି ତୁଲସୀ ରିଜର୍ଭ ଫରେଷ୍ଟରେ ଗୁଳିବିନିମୟ ହୋଇଥିଲା ।
ମାଲକାନଗିରିରେ ପୋଲିସ ଡ଼ିଜି : ତୁଲସୀ ପାହାଡ଼ ଏନକାଉଂଟର ପରେ ମାଓ ସ୍ଥିତିର ସମୀକ୍ଷା
/kanak/media/post_attachments/wp-content/uploads/2021/10/13-19.jpg)