ମାଓ ଏନକାଉଣ୍ଟରର ସମୀକ୍ଷା କରିବେ ପୋଲିସ ଡିଜି । ବଲାଙ୍ଗିରରେ ପହଞ୍ଚିଲେ ଅଭୟ

92

କନକ ବ୍ୟୁରୋ : ବଲାଙ୍ଗିରରେ ପୋଲିସ ଡିଜି । ମାଓ ଏନକାଉଣ୍ଟର ପ୍ରସଙ୍ଗରେ ସମୀକ୍ଷା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ଡିଜିପି ଅଭୟ । ଉତରାଞ୍ଚଳ ଡିଆଇଜି, ବଲାଙ୍ଗିର ଏସପି ନିତିନ କୁଶଲକର ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ବଲାଙ୍ଗିର ସିଆରପିଏଫ କ୍ୟାମ୍ପରେ ମାଓ ଡେଡବଡି ପହଞ୍ଚିଥିବା ବେଳେ ସେଠାରେ ଡିଜି ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ବନ୍ଧୁକ, ଗୁଳି, ରେଡ଼ିଓ ଓ ଲିଫଲେଟ୍ ଜବତ ହୋଇଛି । ଗତକାଲି ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ଡିଭିଏସ ଟିମଙ୍କ ଗୁଳିବିନିମୟରେ ଜଣେ କ୍ୟାଡର ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଶ୍ୱସ୍ତ ସ୍ୱତ୍ରରୁ ଯାହା ଜଣାପଡ଼ୁଛି ମୃତ ମାଓବାଦୀ ନାଁ ଏସିଏମ୍ ଶଙ୍କର । ସେ ଛତିଶଗଡ଼ ଅଞ୍ଚଳର ଇସ୍ତ୍ରାରାମ ପୋଲିସ ଅଞ୍ଚଳର ବୋଲି ଜଣାପଡ଼ିଛି ।
ଗତକାଲି ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ଡିଭିଏସ ଟିମଙ୍କ ଗୁଳିବିନିମୟରେ ଜଣେ କ୍ୟାଡର ନକ୍ସଲ ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ ମାଓବାଦୀର ପରିଚୟ ସମ୍ପର୍କରେ ପୁଲିସ ନିକଟରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।