କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ସାମ୍ନାରେ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ । ଜନ୍ତରମନ୍ତରରୁ ନୂଆ ସଂସଦ ଭବନ ଆଡକୁ ଅଗ୍ରସର ହେଉଥିବା ବେଳେ କୁସ୍ତିଯୋଦ୍ଧାଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ । ଏହାସହ କୁସ୍ତିଯୋଦ୍ଧାଙ୍କ ତମ୍ବୁ ମଧ୍ୟ ହଟାଇ ଦେଇଛି ।
ନୂଆ ସଂସଦ ଭବନ ଆଡକୁ ମହିଳା କୁସ୍ତିଯୋଦ୍ଧା ଯାଉଥିବା ବେଳେ ଅଟକାଇବାକୁ ପୋଲିସ ବ୍ୟାରିକେଡ କରିଥିଲା । କିନ୍ତୁ ବ୍ୟାରିକେଡ ଭାଙ୍ଗି କୁସ୍ତିଯୋଦ୍ଧା ଆଗକୁ ବଢୁଥିବା ବେଳେ ପୋଲିସ ସାକ୍ଷୀ ମଲ୍ଲିକଙ୍କ ସମେତ ଅନ୍ୟ ମହିଳା କୁସ୍ତିଯୋଦ୍ଧାକୁ ନିଜ ହେପାଜତକୁ ନେଇଛି । ତେବେ ଅନ୍ୟ କୁସ୍ତିଯୋଦ୍ଧା ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଅଧିକାର ଦର୍ଶାଇବା ସହ ପୋଲିସ ତାଙ୍କୁ ଦେଶବିରୋଧୀ କହିଥିବାର ଅଭିଯୋଗ ଆଣିଛନ୍ତି ।
ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ଏକ ଫଟୋ ଟ୍ୱିଟ୍ କରି କହିଛନ୍ତି, ଏହି ଫଟୋରେ ସଙ୍ଗୀତା ଫୋଗଟ ଓ ବିନେଶ ଫୋଗଟ ଦୁଇ ଭଉଣୀ ପରସ୍ପରକୁ କୁଣ୍ଢାଇ ଧରିବା ସହ ତଳେ ପଡିଥିବାର ଦେଖିବାକୁ ମିଳୁଛି । ଏହାସହ ଦିଲ୍ଲୀ ପୋଲିସକୁ ଟାର୍ଗେଟ କରି କହିଛନ୍ତି. ଏହି ଝିଅ ହିଁ ବିଦେଶ ମାଟିରେ ଭାରତର ତ୍ରିରଙ୍ଗାର ଗର୍ବ ବଢାଇଥିଲେ । ଆଜି ଏହି ଝିଅଙ୍କୁ ଏଭଳି ଭାବରେ ଘୋଷାଡି ନିଆଯାଉଛି ଏବଂ ତ୍ରିରଙ୍ଗାକୁ ରାସ୍ତାରେ ଅପମାନିତ କରାଯାଉଛି ।
ये देश के चैम्पियंस हैं आतंकवादी नहीं ! शर्मनाक pic.twitter.com/jZ4L4Skxgz
— Swati Maliwal (@SwatiJaiHind) May 28, 2023
ଅନ୍ୟପଟେ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନିଆଯିବା ପରେ ଜେଏନୟୁ ଛାତ୍ରଛାତ୍ରୀ ତାଙ୍କ ସମର୍ଥନରେ ବାହାରିଛନ୍ତି । ଦିଲ୍ଲୀ ପୋଲିସ ବିରୋଧରେ ନାରାବାଜି କରିବା ସହ କୁସ୍ତିଯୋଦ୍ଧାଙ୍କ ସମର୍ଥନ କରିଛନ୍ତି । ଜେଏନୟୁ ବାହାରେ ଏବେ ଦିଲ୍ଲୀ ପୋଲିସ ଏକାଠି ହୋଇଥିବା ବେଳେ କ୍ୟାମ୍ପସ ଭିତରେ ଧାରା-୧୪୪ ଭଳି ସ୍ଥିତି ସୃଷ୍ଟି କରିଛନ୍ତି ।
ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଗତ ଏପ୍ରିଲ ୨୩ରୁ ଜନ୍ତରମନ୍ତରରେ ଧାରଣା ଦେଇ ଆସୁଛନ୍ତି ମହିଳା କୁସ୍ତିଯୋଦ୍ଧା । ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଭଳି ସାଂଘାତିକ ଅଭିଯୋଗ ଆଣିବା କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ମହିଳା କୁସ୍ତିଯୋଦ୍ଧା । ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ସ୍ପଷ୍ଟ କରିଛନ୍ତି ମହିଳା କୁସ୍ତିଯୋଦ୍ଧା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/FxMs_M_XwAAYdRq.jpg)