ବିଜେପି ପାଇଁ ପ୍ରଚାର କରି ଅଡୁଆରେ କୁକୁର, ଥାନାରେ ଅଟକ ରଖିଲା ପୁଲିସ

344

ଲୋକସଭା ନିର୍ବାଚନ ୨୦୧୯ ଅଧିନରେ ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି । ଏହି ସମୟରେ ମହାରାଷ୍ଟ୍ରର ଲୋକମାନେ ମଧ୍ୟ ମତଦାନ ଦେଲେ । ଏହା ମଧ୍ୟରେ ଏକ ରୋଚକ ମାମଲା ସାମନାକୁ ଆସିଛି, ଯେଉଁଥିରେ ପୁଲିସ ଏକ କୁକୁରକୁ ଥାନାରେ ଅଟକ ରଖିଛି । ଅଭିଯୋଗ ଏହା ଯେ କୁକୁର ବିଜେପି ପାଇଁ ପ୍ରଚାର କରୁଥିଲା ।

ସୂଚନାଯୋଗ୍ୟ, ସୋମବାର ଦିନ ପୁଲିସ ଏକ କୁକୁରକୁ ଥାନାରେ ଅଟକ ରଖିଛି । ତା’ ଶରୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟିକର ଲାଗିଥିଲା । ଏହି ଘଟଣା ନନ୍ଦୁରବାର ଅଂଚଳର, ଯେଉଁଠି କୁକୁର ସହିତ ତା’ ମାଲିକକୁ ମଧ୍ୟ ପୁଲିସ ଅଟକ ରଖିଛି । ପୁଲିସ ଓ ତା’ ମାଲିକ ସେହି ଅଂଚଳରେ ବୁଲୁଥିଲେ । ସେଥିରେ କୁକୁରର ସାରା ଶରୀରରେ ବିଜେପିର ନିର୍ବାଚନୀ ଚିହ୍ନ ଥିବା ଷ୍ଟିକର ଲାଗିଥିଲା । ସେହି ଷ୍ଟିକରରେ ଲେଖାଥିଲା କି, “ମୋଦି ଲାଓ, ଦେଶ ବଚାଓ” । ପୁଲିସକୁ ଏହାର ସୂଚନା ମିଳିବା ପରେ କୁକୁରର ମାଲିକ ଏକନାଥ ମୋତିରାମ ଚୌଧୁରୀଙ୍କୁ ଆଚାର ସଂହିତାର ଉଲ୍ଲଘଂନ ମାମଲାରେ ଧାରା ୧୭୧(ଏ)ରେ ମାମଲା ରୁଜୁ କରିଛି ଏବଂ କୁକୁରକୁ ମଧ୍ୟ ଥାନାରେ ଅଟକ ରଖିଛି ।