କନକ ବ୍ୟୁରୋ : ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୋଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୋଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୋଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ କମ୍ପାନୀର ମୁଖ୍ୟ ସୁବାଷ ନାୟକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ପୂର୍ବ ଜବତ ସାମଗ୍ରୀକୁ ମାଟିରେ ପୋତି ନଷ୍ଟ କରିଛି ।
ଗ୍ରାହକଙ୍କ ବିଶା୍ୱସ ଜିତିବା ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ପ୍ରସାରଣ କରୁଥିଲା । ଲୋକେ ବି ସୁବାଷ ଘିଅକୁ ଅସଲି ମନେ କରି କିଣି ନେଉଥିଲେ । ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି କାରବାର କରୁଥିଲା ଏହି ସଂସ୍ଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/27-11.jpg)