ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କ ବାସଭବନରେ ଆୟକର ବିଭାଗର ଚଢାଉ । ଆଉ ସେହି ସମୟରେ ସିଆରପିଏଫ ଓ ମଧ୍ୟପ୍ରଦେଶ ପୁଲିସ ମୁହାଁମୁହିଁ । ଗତକାଲି ଓଏସଡି ପ୍ରବୀଣ କକ୍କଡଙ୍କ ଇନ୍ଦୌର ସ୍ଥିତ ବାସଭବନରେ ଚଢାଉ ପାଇଁ ପହଂଚିଥିଲା ଆଇଟି ଅଧିକାରୀଙ୍କ ସିଆରପିଏଫ ପୁଲିସ । ଆଉ ଏହାର କିଛି ସମୟ ପରେ ସେହି କମ୍ପେ୍ଲକ୍ସରେ ପହଂଚିଥିଲା ମଧ୍ୟ ପ୍ରଦେଶ ପୁଲିସ । ହେଲେ ତାଙ୍କୁ ଛାଡିନଥିଲେ ସିଆରପିଏଫ ଯାହାକୁ ନେଇ ମୁହାମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସିଆରପିଏଫ ଯବାନ କହିଛନ୍ତି ତାଙ୍କୁ ମଧ୍ୟ ପ୍ରଦେଶ ପୁଲିସ କାମ କରିବାକୁ ଦେଉନାହିଁ ।
ସିଆରପିଏଫ ଅଧିକାରୀ କହିଛନ୍ତି, ଚଢାଉ ସମୟରେ କାହାରିକୁ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ରହିଥିଲା ଯାହା ସେମାନେ ପାଳନ କରିଛନ୍ତି । ଅନ୍ୟପଟେ ମଧ୍ୟ ପ୍ରଦେଶ ପୁଲିସ କହିଛି, ପୁରା କମ୍ଲେକ୍ସକୁ ବନ୍ଦ କରାଯାଇ ଚଢାଉ ଚାଲିଥିଲା । ଏହି ସମୟରେ ମେଡିକାଲ ଯିବା ପାଇଁ କେହି ଜଣେ ପୁଲିସର ସହାୟତା ଲୋଡିଥିଲା । ହେଲେ ଏଥିରେ ବାଧକ ସାଜିଥିଲେ ସିଆରପିଏଫ ଯବାନ । ରବିବାର ସକାଳ ୩ଟାରେ ସାରା ଦେଶରେ ପାଖାପାଖି ୫୦ ଆୟକର ବିଭାଗ ଦ୍ୱାରା ଚଢାଉ ଆରମ୍ଭ ହୋଇଥିଲା । ଦୀର୍ଘ ୩୦ ଘଂଟା ହେଲା ଚଢାଉ ଜାରି ରହିଛି । ଠିକ ନିର୍ବାଚନ ପୂର୍ବରୁ ବେଆଇନ ଟଙ୍କା କାରବାରକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କ ବାସଭବନରେ ଚଢାଉକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Screenshot_27.jpg)
/kanak/media/post_attachments/wp-content/uploads/2019/04/policeCRPF1-632163606_6-300x138.png)
/kanak/media/post_attachments/wp-content/uploads/2019/04/income-tax-raid-in-bhopal_a15e4626-594a-11e9-8f69-76e382037a5f-300x170.jpg)