କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ କଙ୍କାଳ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ମୃତ ଦେହଟି ମିଳିବା ପରେ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଭଳି ବିଚାର କରି ତୁରନ୍ତ ଏହାର ବ୍ୟବଚ୍ଛେଦ କରାଯାଇଥିଲା । ସେହିପରି ନିୟମ ଅନୁସାରେ ବ୍ୟବଛେଦ ବେଳର ଭିଡିଓ ରେକର୍ଡିଂ କରାଯାଇଛି । ତେବେ ମୃତ ମହିଳାଙ୍କ ବୟସ ୪୫ ବର୍ଷ ଓ ବ୍ୟବଛେଦ ରିପୋର୍ଟରୁ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ସିପି ।
ତଥାପି ମୃତକ ଜଣେ ମହିଳା ହୋଇଥିବାରୁ ଘଟଣାର ସମ୍ବେଦନଶୀଳତାକୁ ଦେଖି ତଦନ୍ତ ପାଇଁ ମହିଳା ଥାନାକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ପକ୍ଷରେ ଥାନା ପରିସରରୁ ମୃତଦେହ ମିଳିଥିବାରୁ ଯାଆଁଳା ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଜବତ କଙ୍କାଳର ସ୍କେଚ ତିଆରି ହେବ । ତା ସହ ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପୋଲିସ ଉପରେ ସନ୍ଦେହକୁ ବଢାଇ ଦେଇଛି । ୨୦୧୯ରୁ ସିଜ ଗାଡିଟି ପୋଲିସ ଫାଣ୍ଡି ପରିସରରେ ଥିଲେ ମଧ୍ୟ ଏଥିରେ କାହାରି ମୃତଦେହ ଥିବା କେହି ଜାଣିପାରିଲେ ନାହିଁ କିପରି, ତାକୁ ନେଇ ସନ୍ଦେହ ଉଠୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/soumendra-priyadarshi.png)