କନକ ବ୍ୟୁରୋ: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଆସନ୍ତାକାଲିଠୁ ଦୁଇ ଦିନ ଧରି ଟୁଇନସିଟିରେ ସଟଡାଉନ୍ କଟକଣା ବଳବତ୍ତର ରହିବ । ନାକାବନ୍ଦୀ କରି ପୋଲିସ ଅଫିସରମାନେ ଚେକିଂ ଜୋରଦାର କରିବେ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୋଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧ କରିଛନ୍ତି ।
ଦୁଇ ଦିନିଆ ସଟଡାଉନ ନେଇ ସିପିଙ୍କ ସୂଚନା
ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ କଟକଣା କୋହଳ
ପାସର କୌଣସି ଆବଶ୍ୟକତା ନାହିଁ
ଟ୍ୱିନସିଟିରେ ସଟଡାଉନ ପାଳନ ପାଇଁ ପୋଲିସ ତୟାର
କଟକରେ ୨୫ ଜାଗାରେ ନାକା, ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ- ସିପି #ShutDown@cpbbsrctcpic.twitter.com/YjimtR6FgO— Kanak News (@kanak_news) April 23, 2021
ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମଣ୍ଣିଂ ୱାକ୍ କରିବାକୁ ସୁଯୋଗ ପାଇବେ । ଏବଂ ସଟଡାଉନରୁ ବାଦ ପଡିଥିବା ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ପରଚୟ ପତ୍ର ଦେଇ ଯା ଆସ କରିପାରିବେ ବୋଲି ପୋଲିସ କମିଶନର କହିଛନ୍ତି ।
ସଟଡାଉନକୁ ଆଖି ଆଗର ରଖି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ଆବଶ୍ୟୀକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । କଟକରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚେକିଂ କଡାକଡି ପାଇଁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୫୦ ଅଫିସର ନିଯୁକ୍ତ ହେବେ । ତା ସହିତ ବିଭିନ୍ନ ପୋଲିସ ଭ୍ୟାନ ମଧ୍ୟ ଟୁଇନସିଟିରେ ଚକ୍କର କାଟି ଚେକିଂ ଯାଂଚ କରିବ ବୋଲି ପୋଲିସ ସିପି ପ୍ରେସମିଟ କରି ସୂଚନା ଦେଇଛନ୍ତି ।