ବ୍ୟସ୍ତବହୁଳ ସଡ଼କ ଭିତରୁ ଆସିଲା ସୁନ୍ଦର ଦୃଶ୍ୟ : ବୁଲାକୁକୁରକୁ ସଡ଼କ ପାର୍ କରିବା ପାଇଁ ଟ୍ରାଫିକକୁ ରୋକିଦେଲେ ପୋଲିସବାବୁ , ବାଃ ବାଃ କଲା ସୋସିଆଲ୍ ମିଡ଼ିଆ । ଦେଖନ୍ତୁ ଭିଡ଼ିଓ

327

କରୋନା କଟକଣା ଭିତରେ ଦେଶରେ ଲକଡ଼ାଉନର ଲହରୀ ଚାଲିଥିଲା । ଲକଡ଼ାଉନ୍ ସମୟରେ ଶୂନଶାନ୍ ରହୁଥିଲା ସଡ଼କ । ବୁଲାକୁକୁର , ଗାଇଗୋରୁ ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପାଇଁ ଚଲାବୁଲା କରିବାରେ ମଧ୍ୟ କୌଣସି ଅସୁବିଧା ନଥିଲା । ହେଲେ ବର୍ତ୍ତମାନ ଧିରେ ଧିରେ କିଛି ସ୍ଥାନରେ ଏହି କଟକଣାରେ ସାମାନ୍ୟ କୋହଳ କରାଯାଇଛି । ପୂର୍ବଭଳି ଏବେ ରାସ୍ତାରେ ଦ୍ରୁତ ଗତିରେ ଗଡ଼ି ଚାଲିଛି ଗାଡ଼ି । ଯାହାର ପ୍ରଭାବ ପଡ଼ୁଛି ବୁଲା ପଶୁଙ୍କ ଉପରେ । ରିପୋର୍ଟ ଅନୁସାରେ , ଲକଡ଼ାଉନ୍ ସାମାନ୍ୟ କୋହଳ ପରେ ପ୍ରତିଦିନ ୫୦ ପ୍ରତିଶତ ବୁଲା ପଶୁଙ୍କ ଜୀବନ ଦୁର୍ଘଟଣାରେ ଚାଲିଯାଉଛି । ଦ୍ରୁତଗାଡ଼ିର ଶିକାର ହେଉଛନ୍ତି ନିରୀହ ଜୀବ । ତେବେ ଏହି ଗମ୍ଭୀର ବିଷୟ ଭିତରେ ଏବେ ଏକ ସୁନ୍ଦର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ।

ଭିଡ଼ିଓରେ ଜଣେ ଟ୍ରାଫିକ୍ ପୋଲିସ୍ ଏକ ବୁଲାକୁକୁରକୁ ସଡ଼କ ପାର୍ କରାଉଥିବା ଦେଖିବାକୁ ମିଳୁଛି । ରୋଚକପୂର୍ଣ୍ଣ କଥା ହେଉଛି କୁକୁରଟି ପୋଲିସବାବୁଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଅନୁସରଣ କରି ରାସ୍ତା ପାର୍ କରୁଛି । ଏହି ଘଟଣାଟି କେଉଁଠାରେ ଘଟିଛି ଏହାର କୌଣସି ସୂଚନା ମିଳିନଥିଲେ ହେଁ ଭିଡ଼ିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି । ବ୍ୟସ୍ତ ସଡ଼କ ଭିତରୁ ଟ୍ରାଫିକ୍ ପୋଲିସଙ୍କ କଥା ମାନି କୁକୁରଟି ସୁରକ୍ଷିତ ଭାବେ ରାସ୍ତା ପାର୍ କରୁଥିବା ଭିଡିଓକୁ ଦେଖି ୟୁଜର୍ସ ପ୍ରଶ୍ନ କରୁଛନ୍ତି , କୁକୁର ତ ଟ୍ରାଫିକ୍ ନିୟମ ଶିଖିଗଲା , ମଣିଷ କେବେ ଶିଖିବେ?