ଦୋଳଯାତ୍ରାରେ ରକ୍ତର ଛିଟା : ବଚସାକୁ ନେଇ ଗୁଳିମାଡରେ ପୋଲିସ କନଷ୍ଟେବଳ ମୃତ , ହସ୍ପିଟାଲକୁ ନେବା ବାଟରେ ବୁଜିଲେ ଆଖି

545

ଢେଙ୍କାନାଳ ସଦର ଥାନା ଚାଉଳିଆ ଗାଁରେ ହୋଲିରେ ପଡିଲା ରକ୍ତର ଛିଟା । ଗାଁରେ ଦୋଳଯାତ୍ରା ଚାଲୁଥିବା ସମୟରେ ଗୁଳି ମାଡରେ ଜଣେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି । ମୃତ କନଷ୍ଟେବଳଙ୍କ ନାମ ରାମ ସାହୁ ବୋଲି ଜଣାପଡିଛି । ଦୋଳଯାତ୍ରା ଚାଲିଥିବା ସମୟରେ ବଚସାକୁ ନେଇ ପାଖ ଗାଁର ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଗୁରୁତର ଅବସ୍ଥାରେ ପ୍ରଥମେ ରାମ ସାହୁଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର । ତେବେ କଟକ ନେବା ବାଟରେ ସେ ଆଖି ବୁଜିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ପୋଲିସ କନଷ୍ଟେବଲଙ୍କ ଉପରକୁ ଗୁଳିମାଡ କରିଥିବା ଯୁବକ ଚାଉଳିଆ ଖମାର ଗାଁର ସଭାପତି ଶ୍ରୀକାନ୍ତ ସାହୁ ବୋଲି ଜଣାପଡିଛି ।