ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ କନେଷ୍ଟବଳଙ୍କୁ ଗିରଫ କଲା ପୋଲିସ, ୨୧ କିଲୋ ଗଞ୍ଜେଇ ଜବତ ।

ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ କନେଷ୍ଟବଳଙ୍କୁ ଗିରଫ କଲା ପୋଲିସ, ୨୧ କିଲୋ ଗଞ୍ଜେଇ ଜବତ ।

କନକ ବ୍ୟୁରୋ : ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହେଲେ ପୋଲିସ କନେଷ୍ଟବଳ । ଗିରଫ ପୋଲିସ କନେଷ୍ଟବଳ ହେଉଛନ୍ତି ମନୋଜ କୁମାର ମୁଦୁଲି ।

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ, ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପରେ ବୋଲେରୋକୁ ପିଛା କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏହି ଚୋରା ଚାଲାଣରେ ପୋଲିସ କନେଷ୍ଟବଳ ମନୋଜ ମୁଦୁଲିଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ । ତେଣୁ ଅଭିଯୁକ୍ତ ଗ୍ରାମବାସୀଙ୍କ ସହ ମନୋଜଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ୨୧ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe