କନକ ବ୍ୟୁରୋ : ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହେଲେ ପୋଲିସ କନେଷ୍ଟବଳ । ଗିରଫ ପୋଲିସ କନେଷ୍ଟବଳ ହେଉଛନ୍ତି ମନୋଜ କୁମାର ମୁଦୁଲି ।
ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ, ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପରେ ବୋଲେରୋକୁ ପିଛା କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏହି ଚୋରା ଚାଲାଣରେ ପୋଲିସ କନେଷ୍ଟବଳ ମନୋଜ ମୁଦୁଲିଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ । ତେଣୁ ଅଭିଯୁକ୍ତ ଗ୍ରାମବାସୀଙ୍କ ସହ ମନୋଜଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ୨୧ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/13-14.jpg)