ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡରେ ଅବକାରୀ ବିଭାଗ : ସାଲିହା ସାହିରେ ଚଢାଉ କରି ୧୦ ହଜାର ଲିଟର ପୋଚ, ହଜାରେ ଲିଟର ଦେଶୀ ମଦ ଜବତ; ୧୫ ଗିରଫ

194

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଆକ୍ସମ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ପ୍ରସ୍ତୁତ ହେଉଥିବା ମଦ ଉପରେ ଛାପା ମାରିଛି ଅବକାରୀ ଥାନା । ସାଲିଆ ସାହୀରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି ।

୧୦ ହଜାର ଲିଟର ପୋଚ ସହ, ୧ ହଜାର ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ଥାନା । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ ଆଇଆଇସି ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇ ୧୫ ଜଣଙ୍କୁ ଗିରଫ କରିଛି ଅବକାରୀ ଥାନା । ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ । ପାର୍ବଣ ସମୟରେ ଦେଶୀ ମଦ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏତେ ପରିମାଣରେ ମଦ ପ୍ରସ୍ତୁତ କରାଯାଉଥିବା ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।