ବିବାଦରେ ଛନ୍ଦି ହେଲା ତାମିଲ ସିନେମା ଅନ୍ନପୋରାନୀ। ଧାର୍ମିକ ମନୋଭାବନାକୁ ଆଘାତ ଅଭିଯୋଗରେ ଅଭିନେତ୍ରୀ, ପ୍ରଯୋଜକଙ୍କ ନାମରେ ମାମଲା ରୁଜୁ

378

କନକ ବ୍ୟୁରୋ : ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ଦର୍ଶାଇ ବିବାଦରେ ଦକ୍ଷିଣଭାରତ ସିନେମା ଫିଲ୍ମ ‘ଅନ୍ନପୂର୍ଣ୍ଣି’ । ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ନୟନତାରା ଅଭିନୀତ ଏହି ଫିଲକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ଫିଲ୍ମର ଏକ ଦୃଶ୍ୟକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି । ଭଗବାନ ରାମଙ୍କୁ ମାଂସାହାରୀ ବୋଲି ଏହି ଫିଲ୍ମର ଏକ ଦୃଶ୍ୟରେ ଦର୍ଶାଯାଇଛି । ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ବନବାସ ବେଳେ ପଶୁ ମାଂସ ରୋଷେଇ କରି ଖାଉଥିଲେ ବୋଲି ଫିଲ୍ମର ଅଭିନେତା ଜୟ ସମ୍ପତ କହିଛନ୍ତି । ସେହିପରି ଫିଲ୍ମରେ ଭଗବାନ ମୁରୁଗାନଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ ଦିଆଯାଇଛି । ଏନେଇ ବ୍ୟାପକ ବିରୋଧାଭାଷ ପରେ ନେଟଫ୍ଲିକ୍ସରୁ ଏହି ଫିଲ୍ମକୁ ବାଦ ଦିଆଯାଇଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ଫିଲ୍ମକୁ ନେଇ ଏତଲା ଦିଆଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀର ଜିତେନ୍ଦ୍ର ଅହୱାଦ, ଶ୍ରୀରାମଙ୍କୁ ନନ୍-ଭେଜିଟେରିଆନ୍ ବା ଆମିଷ ଖାଉଥିବା କହି ବିବାଦ ଭିତରକୁ ଟାଣି ହୋଇଥିଲେ । ଜବଲପୁର ଓ ମହାରାଷ୍ଟ୍ରରରେ ଫିଲ୍ମର ନାୟିକା ନୟନତାରା, ପ୍ରଯୋଜକ ନାଁରେ ମାମଲା ରୂଜୁ ହୋଇଛି ।