କନକ ବ୍ୟୁରୋ: ଥାନାରେ ମିଳୁନି ଗାଡି ପାସ୍ । କୌଣସି ଥାନାରେ ଏଭଳି ପାସ୍ ଦିଆଯାଉନି । ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡ ପରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଜରୁରୀକାଳୀନ ସେବା ଯୋଗାଉଥିବା ଲୋକ ଏବଂ ଅତ୍ୟାବଶ୍ୟକ କାମରେ ବାହାରୁଥିବା ଲୋକଙ୍କ ପାଇଁ ପାସ୍ ବ୍ୟବସ୍ଥା ହୋଇଥିବା ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି ।
ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ଲୋକଙ୍କୁ ଗାଡି ପାସ୍ ମିଳିବ । ଆଉ ପାସ୍ ନମିଳିବା ପର୍ଯ୍ୟନ୍ତ ସେମାନେ ନିଜ ପରିଚୟ ପତ୍ର ଦେଖାଇ ଯାଇପାରିବେ । ଅନ୍ୟପଟେ ଜରୁରୀ କାମରେ ବାହାରିଥିବା ଲୋକଙ୍କୁ ବି ପାସ୍ ଯୋଗାଇ ଦିଆଯିବ ମାତ୍ର ତାହା କିଛି ସମୟ ପାଇଁ ବୋଲି ସୂଚନା ଦେଇଛନ୍ତି ସିପି ।
ସେପଟେ କିଛି ସମୟ ପୂର୍ବରୁ ପାସ୍ ପାଇଁ ପ୍ରବଳ ଭିଡ ଲାଗିଥିଲା । ଗାଡି ପାସ୍ ନେବାକୁ ଥାନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରୁ ଭିଡର ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର ।
Follow Us
/kanak/media/post_attachments/wp-content/uploads/2020/03/14-9.jpg)