ଦୁର୍ଘଟଣା ଏଡ଼ାଇବାକୁ ପୋଲିସ କମିଶନରଙ୍କ କସରତ । ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ବ୍ଲାକସ୍ପଟ୍ ଚିହ୍ନଟ କରିବାକୁ ନିର୍ଦ୍ଦେଶ ।

Advertisment
ବଦଳିଲେ ଟ୍ୱିନସିଟି ପୋଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ।

କନକ ବ୍ୟୁରୋ: ବିଗତ କିଛି ଦିନ ହେବ କଟକ-ଭୁବନେଶ୍ୱର ଟ୍ୱିନ-ସିଟି ଜାତୀୟ ରାଜପଥରେ ଘଟୁଛି ଦୁର୍ଘଟଣା । ଆଉ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସତର୍କମୂଳବ ପଦକ୍ଷେପ ନିଆଯାଇଛି । ଏନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି କି, ଉକ୍ତ- ଟ୍ୱିନ-ସିଟି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ତୁରନ୍ତ ବ୍ରେକର ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ୍ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ।

publive-imageଅନ୍ୟପକ୍ଷରେ ଟ୍ୱିନ-ସିଟି ଦେଇ ଯାଇଥିବା ଜାତୀୟ ରାଜପଥରେ ବିଗତ ୭ ଦିନ ମଧ୍ୟରେ ପାଖାପାଖି ୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେଣୁ ଏହି ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଉକ୍ତ ରାସ୍ତାରେ ଗାଡ଼ିର ବେଗ କମାଇବା ପାଇଁ ଇଣ୍ଟରସେପ୍ଟର ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe