କନକ ବ୍ୟୁରୋ: ବିଗତ କିଛି ଦିନ ହେବ କଟକ-ଭୁବନେଶ୍ୱର ଟ୍ୱିନ-ସିଟି ଜାତୀୟ ରାଜପଥରେ ଘଟୁଛି ଦୁର୍ଘଟଣା । ଆଉ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସତର୍କମୂଳବ ପଦକ୍ଷେପ ନିଆଯାଇଛି । ଏନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି କି, ଉକ୍ତ- ଟ୍ୱିନ-ସିଟି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ତୁରନ୍ତ ବ୍ରେକର ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ୍ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ।
ଅନ୍ୟପକ୍ଷରେ ଟ୍ୱିନ-ସିଟି ଦେଇ ଯାଇଥିବା ଜାତୀୟ ରାଜପଥରେ ବିଗତ ୭ ଦିନ ମଧ୍ୟରେ ପାଖାପାଖି ୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେଣୁ ଏହି ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଉକ୍ତ ରାସ୍ତାରେ ଗାଡ଼ିର ବେଗ କମାଇବା ପାଇଁ ଇଣ୍ଟରସେପ୍ଟର ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Police-Commissioner-Satyajit-Mohanty.jpg)