ଫେରାର୍ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଚଳାଇଛି ତନାଘନା : ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ସିଲ

ସ୍ୱତନ୍ତ୍ର ଅଧିକାରୀ ଓ ସାଦା ପୋଷାକଧାରୀ ପୋଲିସକୁ ଏଥିରେ ସାମିଲ୍

148

କନକ ବ୍ୟୁରୋ : ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ତନାଘନା ଆରମ୍ଭ କରିଛି କମିଶନରେଟ ପୁଲିସ । ଏଥିପାଇଁ ଗଠନ ହୋଇଛି ୬ଟି ଟିମ୍ । ସ୍ୱତନ୍ତ୍ର ଅଧିକାରୀ ଓ ସାଦା ପୋଷାକଧାରୀ ପୁଲିସକୁ ଏଥିରେ ସାମିଲ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ହୋଇଛି । ଭୁବନେଶ୍ୱରର ସମସ୍ତ ପ୍ରବେଶ ପଥ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ରାଜ୍ୟର ସୀମା ଓ ରେଳପଥ ଉପରେ ନଜର ରଖାଯାଇଛି ।

ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ମେଡିକାଲର ସିସିଟିଭି ଫୁଟେଜ ଯାଂଚ କରାଯାଇ ଜୋରଦାର ଚଢାଉ ଆରମ୍ଭ ହୋଇଛି । ପରିବାର ଲୋକ ଓ ନର୍ସଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ଜଣାପଡିଛି । ହାଇଦର ମଂଚେଶ୍ୱର ଅଂଚଳରେ ଥିବା ଆଶଙ୍କା ପ୍ରକାଶ ପାଇବା ପରେ କିଛି ଆପାର୍ଟମେଂଟ ଓ ହୋଟେଲରେ ଚଢାଉ କରାଯାଇଥିଲା । କିନ୍ତୁ ସେଠାରେ ହାଇଦରର କିମ୍ବା ତା ସହଯୋଗୀଙ୍କ ପତ୍ତା ମିଳିନଥିଲା । ରେଳଷ୍ଟେସନରେ କଡାକଡି ଯାଂଚ କରାଯାଇଛି । ସେପଟେ କୋଲକାତା ଯାଇଛି କଟକ ପୁଲିସ । ମଙ୍ଗୁଳି ଚେକପୋଷ୍ଟରେ ପଂହଚି ସିସିଟିଭି ହାର୍ଡଡିସ୍କକୁ ନେଇଯାଇଛି ପୁଲିସ ।