ବାଉଳା କରୁଛି ସୋସିଆଲ ମିଡିଆ: ନୂଆ ନିୟମକୁ ନେଇ ଚିନ୍ତାରେ ଚାଳକ; ଗୁଜବଠାରୁ ଦୂରେଇ ରହିବାକୁ ପୁଲିସ କମିସନର ପରାମର୍ଶ

Advertisment
ବାଉଳା କରୁଛି ସୋସିଆଲ ମିଡିଆ: ନୂଆ ନିୟମକୁ ନେଇ ଚିନ୍ତାରେ ଚାଳକ; ଗୁଜବଠାରୁ ଦୂରେଇ ରହିବାକୁ ପୁଲିସ କମିସନର ପରାମର୍ଶ

କନକ ବ୍ୟୁରୋ: ସୋସିଆଲ ମିଡିଆ ବାଉଳା କରୁଛି। ବିଭିନ୍ନ ଗୁଜବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଳକ। ଜଣେ ୬ବର୍ଷରୁ କମ୍ ବୟସର ଶିଶୁ ଗାଡ଼ିର ଆଗରେ ବସିଲେ ସିଟ୍ ବେଲ୍ଟ ବାନ୍ଧିବ କି ନାହିଁ, କମିସନରେଟ୍ ପୁଲିସ ଫେସବୁକ୍ ପେଜରେ ଲୋକେ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନର ଉତ୍ତର ପୁଲିସ କମିସନର ଆରଟିଓଙ୍କଠାରୁ ତଲବ କରିଛନ୍ତି। କେବଳ ଏହି ପ୍ରଶ୍ନ ନୁହେଁ, ସୋସିଆଲ ମିଡିଆରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ଲୋକେ। ପରିବହନ ବିଭାଗ ଟ୍ବିଟର୍ ପେଜ୍, କମିସନରେଟ୍ ପୁଲିସ ଟୁଇଟର ପେଜରେ ଲୋକେ ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଛନ୍ତି। ବାପାଙ୍କ ଗାଡ଼ି ଯଦି ପୁଅ କିମ୍ବା ଝିଅ ଚଳାଉଛନ୍ତି, ତେବେ ଜରିମାନା ଦେବାକୁ ପଡ଼ିବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଏଭଳି ଗୁଜବକୁ ବିଶ୍ବାସ କରିବା ଉଚିତ ନୁହେଁ ବୋଲି ଆରଟିଓ ପକ୍ଷରୁ ସ୍ପଷ୍ଟ କରାଯାଇଛି।

publive-image

କିନ୍ତୁ ଚାଳକ ପାଖରେ ବୈଧ ଲାଇସେନ୍ସ ଥିବା ଜରୁରି ବୋଲି କୁହାଯାଇଛି। ସେହିଭଳି ବାଇକ୍ ଚଳାଇବାକୁ ହେଲେ ଜୋତା ପିନ୍ଧିବା ବାଧ୍ୟତାମୂଳକ, ଚପଲ ପିନ୍ଧି ଗାଡ଼ି ଚଳାଇଲେ ଜରିମାନା ଦେବାକୁ ପଡ଼ିବ। ଏଭଳି ଏକ ଚର୍ଚ୍ଚା ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଏଭଳି ଗୁଜବଠାରୁ ଦୂରେଇ ରହିବାକୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ମୋଟର ଯାନ ଆଇନ ଅନୁଯାୟୀ, କେତେକ ନିର୍ଦ୍ଦିଷ୍ଟ ଦଫାରେ ପୁଲିସ ଜରିମାନା ଆଦାୟ କରିବା ପାଇଁ କ୍ଷମତା ପାଇଛି। ସେଥିରେ ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର(ପିୟୁସି) ପୁଲିସ ଯାଞ୍ଚ କରିବା କ୍ଷମତା ପୁଲିସକୁ ଦିଆଯାଇ ନାହିଁ। ଏହାକୁ କେବଳ ଏମ୍‌ଭିଆଇ ଯାଞ୍ଚ କରିପାରିବେ। ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ ପୁଲିସ ଏହାକୁ ଯାଞ୍ଚ କରିପାରିବ ନାହିଁ।

publive-image

ସେହିଭଳି ଗାଡ଼ିରେ କାଗଜପତ୍ର ନଥିଲେ ପୁଲିସ ନଗଦ ଜରିମାନା ମାଗି ପାରିବ ନାହିଁ। କେବଳ ଚାଲାଣ କାଟି କାଗଜପତ୍ର ପରେ ଦେଖାଇବା ପାଇଁ ଚାଳକକୁ ସୁଯୋଗ ଦେବ। ଏଭଲି ଏକ ଚର୍ଚ୍ଚା ହେବା ପରେ ପୁଲିସ କମିସନର ସ୍ପଷ୍ଟ କରିଛନ୍ତି ଯେ କାଗଜପତ୍ର ବିନା ଧରାପଡ଼ିଲେ ଲୋକଙ୍କ ପାଖରେ ଦୁଇଟି ବିକଳ୍ପ ଥାଏ। ଗୋଟିଏ ନଗଦ ଜରିମାନା ଦେବେ, ନଚେତ୍ ଚାଲାଣ କଟାଯାଇ କୋର୍ଟରେ ଦାଖଲ ହେବ। କୋର୍ଟ ଗଲେ ଓକିଲ ନିୟୋଜିତ ହେବେ। ସମୟ ନଷ୍ଟ ହେବ। ଏହାକୁ ଏଡାଇବା ପାଇଁ ଡିଜିଟାଲ ଉପାୟରେ ନଥି ରଖିବା କିମ୍ବା ନଗଦ ଟଙ୍କା ଦେବା ଶ୍ରେୟସ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe