କିଭଳି ଅଛି ଟ୍ଵିନ ସିଟିର ହାଲଚାଲ ? ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ପୁଲିସ କମିଶନର, ସୋସିଆଲ ମିଡିଆରେ ପରଖିବେ ସମସ୍ୟା ।

285

କନକ ବ୍ୟୁରୋ : କିଭଳି ଅଛି ଟ୍ଵିନ ସିଟିର ହାଲଚାଲ । ଲୋକ କହିବେ, କମିଶନର ଶୁଣିବେ । ଲୋକ ପଚାରିବେ, କମିଶନର ଉତ୍ତର ରଖିବେ । ଆସନ୍ତା ୧୪ ତାରିଖରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଲାଇଭ ଚାଟିଂ ଦ୍ବାରା ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ । ଏଥିପାଇଁ ଆସନ୍ତା ଡିସେମ୍ଵର ୧୨ ତାରିଖ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ । ଲୋକଙ୍କ ସହ ଜଡିତ ହେବାକୁ ପୁଲିସ କମିଶନର କିଛି ଭିନ୍ନ ପ୍ରୟାସ କରିଛନ୍ତି । ଦିନକୁ ଦିନ ସୋସିଆଲ ମିଡିଆର ବ୍ୟବହାର କ୍ରମାଗତ ଭାବେ ବଢି ଚାଲିଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ଯୋଗେ ଲୋକଙ୍କ ସମସ୍ୟାକୁ ସମାଧାନକୁ ନେଇ ଏକ ନୂଆ ପ୍ରଚେଷ୍ଟା କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

କିଭଳି ପଚାରିବେ ପ୍ରଶ୍ନ, କିଭଳି ପାଇବେ ଉତ୍ତର
#AskYourCP ହାସଟ୍ୟାଗ ଦ୍ବାରା ଡିସେମ୍ଵର ୧୨ ତାରିଖ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଆପଣ ଟ୍ଵିଟରରେ ନିଜ ପ୍ରଶ୍ନ ପଚାରନ୍ତୁ । କିଛି ଚୟନ ହୋଇଥିବା ପ୍ରଶ୍ନର ଉତ୍ତର ଲାଇଭ ଟ୍ୱିଟ ଯୋଗେ ଡିସେମ୍ଵର ୧୪ ତାରିଖ ଅପରାହ୍ନ ୫ଟାରେ କମିଶନର ଉତ୍ତର ରଖିବେ ।

ଏଠାରେ ସୂଚନା ଥାଉକି ପୂର୍ବରୁ ପୁଲିସ ଡିଜି ମଧ୍ୟ ଲୋକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଲୋକଙ୍କ ପାଖରେ ପୁଲିସ କେତେ ପହଞ୍ଚି ପାରୁଛି ଏବଂ ସେମାନଙ୍କର ସମସ୍ୟାର ସମାଧାନ କରିପାରୁଛି ସେ ନେଇ ବୁଝିଥିଲେ ।