କୃଷକଙ୍କୁ ରାଜଧାନୀ ମନା ! ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ତମାଣ୍ଡୋରେ ୧୪୪ ଧାରା ଜାରି କରିଛି ପୋଲିସ

105

କନକ ବ୍ୟୁରୋ: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ସପ୍ତାହେ ବ୍ୟାପୀ ପଦଯାତ୍ରା ରାଜଧାନୀ ଉପକଣ୍ଠରେ ପହଂଚିଛି । ସଙ୍ଗଠନର ସଦସ୍ୟଙ୍କୁ ରାଜଧାନୀ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଖୋର୍ଦ୍ଧା ପଟରୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ପରେ ପ୍ରବେଶ ନିଷେଧ କରାଯାଇଛି । ତମାଣ୍ଡୋରେ ୧୪୪ ଧାରା ଜାରି କରିଛି ପୋଲିସ ।

୮୫ କିଲୋମିଟର ପଦଯାତ୍ରା ପରେ ଚାଷୀଙ୍କୁ ପୋଲିସ ଅଟକାଇଛି । ବାଲୁଗାଁରୁ ଏହି ରାଲି ଆସିଥିଲା । କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ପରେ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଫଳରେ ଶହ ଶହ ଚାଷୀ ରାଲିରେ ଆସି ବିଭିନ୍ନ ସ୍ଥାନରେ ଅଟକି ଅଛନ୍ତି । ଆସନ୍ତାକାଲି ପୁଣି ଏହି ରାଲି ବାହାରିବ ।

ଉଲ୍ଲେଖ ଥାଉ କି, କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା । ଚାଷୀଙ୍କ ସହ ସାରା ରାତି ବିତାଇଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନବ ନିର୍ମାଣ କୃଷକ ସଂଗଠନ ସହ ସାରା ରାତି ଉଜାଗର ରହିଥିଲେ ପିସିସି ମୁଖିଆ ନିରଂଜନ ପଟ୍ଟନାୟକ । ଚାଷୀଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ଯାଜପୁର କୁଆଖିଆରୁ ବାହାରିଥିବା ଚାଷୀ ପଦଯାତ୍ରା ଶୁକ୍ରବାର ଦିନ କଟକରେ ଅଟକିଥିଲା । ଏବଂ କଟକ ଗୋପାଳପୁର ଠାରେ ଚାଷୀ ଭାଇମାନେ ରାତ୍ରିଯାପନ କରିଥିଲେ । ଅନ୍ୟପଟେ ଗୋପାଳପୁର ତାରିଣୀ ପଡିଆରେ ରହିଥିବା ଚାଷୀଙ୍କ ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ରାତ୍ରିଯାପନ କରିଥିବାର ଦେଖିବାକୁ ମିଳିଥିଲା ।