କନକ ବ୍ୟୁରୋ: ଧାମନଗର ପାଇଁ ଏବେ ପ୍ରଚାର ଜୋରଦାର ରହିଛି । ଧାମନଗର ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଏହି ସମୟରେ ଧାମନଗର କାଁପଡ଼ା ପ୍ରଚାର ପାଇଁ ଯାଉଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗାଡ଼ି ଯାଞ୍ଚ କରାଯାଇଥିଲା । ଗାଡ଼ିକୁ ଯାଞ୍ଚ ପାଇଁ ସହଯୋଗ କରିଥିଲେ ସାଂସଦ । ଗାଡ଼ି ଯାଞ୍ଚ ବେଳେ ଷଡ଼ଙ୍ଗୀଙ୍କ ଗାଡ଼ିରୁ ବାହାରିଥିଲା ବ୍ରାହ୍ମିପତ୍ର, କିଛି ଫଳ ଆଉ ବିସ୍କୁଟ । ଏ ନେଇ ସାସଂଦ ପ୍ରତାପ ଷଡଙ୍ଗୀ କହିଛନ୍ତି , ନିର୍ବାଚନ ସମୟରେ ଏଭଳି ହେବା ସ୍ୱାଭାବିକ ପ୍ରକ୍ରିୟା । ନିର୍ବାଚନ ଚାଲିଥିବାବେଳେ ଏଭଳି ଚେକିଂ ହୁଏ । ତାଙ୍କ ଗାଡିର ବି ଦୁଇଥର ହୋଇଛି । ଏ ନେଇ ସେ ପୁରା ସହଯୋଗ କରିଛନ୍ତି । ତେବେ ଘଟଣାର ରାଜନୀତିକରଣ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Advertisment