ଦାଣ୍ଡରେ ବସାଇଦେଲା ପୁଲିସ । ଚୋରି ହୋଇଯିବା ପରେ ସାଇଣ୍ଟିଫିକ୍ ଟିମ୍ ଆସିବ କହି ପରିବାର ଲୋକଙ୍କୁ ବନେଇଲା ଭକୁଆ

128

କନକ ବ୍ୟୁରୋ: ଦାଣ୍ଡରେ ବସାଇଦେଲା ପୁଲିସ । ଚୋରି ହୋଇଯିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ଚୋରି ଘଟଣାର ଛାନଭିନ୍ କରିବା ପରେ ପରିବାର ଲୋକଙ୍କୁ ପୁଲିସ କହିଲା ସେମାନେ ସାଇଣ୍ଟିଫିକ ଟିମ୍ ନେଇ ଆସିବେ । ହେଲେ ପୁଲିସ ଯାଇଛି ଯେ ଯାଇଛି । ପୁଲିସ ଆସିବ, ସାଇଣ୍ଟିଫିକ୍ ଟିମ୍ ନେଇ ଆସିବ ଏହି ଆଶାରେ ଘର ବାହାରେ ବସିରହିଲେ ପରିବାର ଲୋକେ । ହେଲେ କାହାରି ଦେଖା ମିଳିଲାନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ବାଙ୍କିମୁଣ୍ଡେଇ ଗାଁରେ ।

ଅଭିଯୋଗ ଅନୁସାରେ ଗାଁର ଅଜୟ ରାଉ୍ତଙ୍କ ଘରୁ ୧୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ଚୋରି ହୋଇଥିଲା । ୧୧୦ଗ୍ରାମ ସୁନା ଯାହାର ମୂଲ୍ୟ ପ୍ରାୟ ୬ଲକ୍ଷ , କିଛି ରୂପା ଓ ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଚୋରି ଘଟଣା ନେଇ ପୁଲିସକୁ ଅବଗତ କରିଥିଲେ ପରିବାର ଲୋକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା କେନ୍ଦ୍ରାପଡା ପୁଲିସ । ପ୍ରାଥମିକ ସ୍ତରରେ ଛାନଭିନ୍ କରିବା ପରେ ସାଇଣ୍ଟିଫିକ୍ ଟିମ୍ ର ଆବଶ୍ୟକ ଥିବା ପରିବାର ଲୋକଙ୍କୁ ପୁଲିସ ଜଣାଇଥିଲା । ତେଣୁ ସାଇଣ୍ଟିଫିକ ଟିମ୍ ନଆସିବାଯାଏ କୌଣସି ଜିନିଷରେ ହାତ ନମାରିବାକୁ ପୁଲିସ ପରାମର୍ଶ ଦେଇଥିଲା । ଯାହାଫଳରେ ପରିବାର ଲୋକେ ଘରକୁ ନଯାଇ ବାହାରେ ଅପେକ୍ଷା କରି ରହିଲେ । ୧୩ ତାରିଖ ରାତି ସାରା ଦାଣ୍ଡରେ ପରିବାର ଲୋକଙ୍କୁ ବସିବାକୁ ପଡିଥିଲା । ଏମିତିକି ୧୪ ତାରିଖରେ ମଧ୍ୟ କାହାର ଦେଖା ମିଳିନଥିଲା । ବାଧ୍ୟ ହୋଇ ପରିବାର ଲୋକେ ଘର ବାହାରେ ଖାଇବା ପିଇବା କରିଥିଲେ । ଆଉ ଶେଷ ଖବର ସୁଦ୍ଧା ପୁଲିସ ଆଜି ପହଂଚି ପୁଣି ଥରେ ଛାନ୍ ଭିିନ୍ କରୁଛି ।