ଏଥର ମାଓବାଦୀଙ୍କ ମରିବା ପାଳି ! ତିନି ଦିନରେ ୩୭ ମାଓବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ, ଲାଲଗଡ ଭୁଷୁଡିବା ପରେ ଖୁସିରେ ନାଚିଲେ ଯବାନ

69

ମହାରାଷ୍ଟ୍ରର ଗଡଚିରୋଲିରେ ସବୁଠାରୁ ବଡ ମାଓବିରୋଧୀ ଅପରେସନ୍ । ଆଜି ସୁଦ୍ଧା ୩୭ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ନକ୍ସଲ ବିରୋଧୀ ଅପରେସନରେ ଏହା ସବୁଠାରୁ ବଡ ଅପରେସନ୍ ବୋଲି କୁହାଯାଉଛି । ଆଉ ଏହି ଅପରେସନ ପରେ ଖୁସି ମନାଇଛନ୍ତି ଯବାନ ।

ତିନି ଦିନରେ ୩୭ ମାଓବାଦୀ ନିପାତ ।ଆଉ ଲାଲଗଡ଼ ଭୁଷୁଡ଼ିବା ପରେ ସୁରକ୍ଷା ଯବାନ ମନାଉଛନ୍ତି ଖୁସି । ରକ୍ତରଂଜିତ ଖେଳରେ ଯବାନଙ୍କ ତାଜା ରକ୍ତ ଅନେକ ଥର ବହିବା ପରେ ଏବେ ପାଳି ପଡ଼ିଛି ମାଓବାଦୀଙ୍କର । ଆଉ ମହାରାଷ୍ଟ୍ର ଗଡିଚିରୋଲିରେ ଲଗାତାର ତୃତୀୟ ଦିନରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିବା ପରେ ଯବାନ ନାଚୁଛନ୍ତି ଖୁସିରେ । ଗତ ଦୁଇ ଦଶନ୍ଧି ଭିତରେ ଲାଲବାହିନୀ ବିରୋଧରେ ଏହା ସବୁଠାରୁ ବଡ ସଫଳତା ବୋଲି କୁହାଯାଉଥିବା ବେଳେ ଆଜି ଯବାନ ନିଜ ଭିତରେ ବିଜୟ ଉତ୍ସବକୁ ପାଳନ କରିଛନ୍ତି ।

ଗଡ଼ଚିରୋଲି ପୁଲିସ୍ ମୁଖ୍ୟାଳୟରେ ଦେଖିବାକୁ ମିଳିଛି ଏହି ଖୁସିର ମାହୋଲ୍ । ମହାରାଷ୍ଟ୍ର ପୁଲିସର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅପରେସନ୍ ସଫଳ ହୋଇଥିଲା । ଯେଉଁଠାରେ ଅନେକ କୁଖ୍ୟାତ କ୍ୟାଡରଯୁକ୍ତ ମାଓବାଦୀ ପୁଲିସ୍ ଗୁଳିରେ ଟଳିପଡ଼ିଥିଲେ । ମୃତ ମାଓବାଦୀଙ୍କ ମଧ୍ୟରେ ୧୯ ଜଣ ମହିଳା କ୍ୟାଡର ମାଓବାଦୀ ରହିଛନ୍ତି ।