କନକ ବ୍ୟୁରୋ: ଚୋରି ମୋବାଇଲ ବିକ୍ରୀ ପାଇଁ ଯାଉଥିଲା ବେଳେ ମାଡ଼ି ବସିଲା ପୁଲିସ । ସହିଦ ନଗର ଲେବୁଲ କ୍ରସିଂ ନିକଟରେ ବିକ୍ରୀ ଅପେକ୍ଷାରେ ଥିବା ଚୋରକୁ ଧରିଲା ପୁଲିସ । ଅଭିଯୁକ୍ତଙ୍କ ବିରୋଧରେ ମୋବାଇଲ ଚୋରି ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଚୋରି ମୋବାଇଲ ବିକ୍ରୀ ପାଇଁ ଯାଉଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ସହିଦ ନଗର ପୁଲିସ । ଅଭିଯୁକ୍ତଙ୍କ ଠାରୁ ୧୫ ମୋବାଇଲ ଜବତ ହୋଇଛି । ବିଶେଷ କରି ଚୋରି ମୋବାଇଲର ସିକ୍ରେଟ୍ ଲକ୍କୁ ଚୋର କେମିତି ଅନଲକ କରାଯାଉଥିଲା, ସେ ସମ୍ବନ୍ଧରେ ସାଇବର ଥାନାକୁ ଜଣାଇଛି ପୁଲିସ ।