କନକ ବ୍ୟୁରୋ: ସାବଧାନ ! ଠକ ମାତିଛନ୍ତି କଟକ ନିଆଳିରେ । ବ୍ୟାଙ୍କରେ ଲୋନ କରାଇ ଦେବାକୁ କହି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ଆଉ ନିରୀହ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ହେଲେ ଚୋର ଘର ସବୁ ବେଳେ ଅନ୍ଧାର ନଥିବା ଭଳି ଠକକୁ ଧରି ପାନେ ଦେଇଛନ୍ତି ଗାଁ ଲୋକେ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ନରହଣପୁର ଗାଁର ସୁରେଶ ରାଉତ, କଟର ନିଆଳି ଥାନା ଅନ୍ତର୍ଗତ ନୂଆସାତଙ୍ଗ ଗାଁରେ ଲୋକଙ୍କୁ ବ୍ୟାଙ୍କ ଋଣ କରେଇ ଦେବ କହି ହଜାର ହଜାର ଟଙ୍କା ଠକି ନେଇ ଧରା ଛୁଆଁ ଦେଉନଥିଲା । ଆଉ ଯେତେବେଳେ ଧରାପଡିଲା ସେତେବେଳେ ତାଙ୍କୁ ବିଦ୍ୟୁତ୍ ଖୁଂଟରେ ବାନ୍ଧିଛନ୍ତି ଗ୍ରାମବାସୀ ।
ତାଙ୍କ ବିରୋଧରେ ସ୍ଥାନୀୟ ଅଂଚଳର ବିପିନ ଦାସ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଠକ ସୁରେଶ ରାଉତ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଲୋନ କରାଇ ଦେବା କହି ତାଙ୍କ ଠାରୁ ୬ ହଜାର ୫୦୦ ଟଙ୍କା ନେଇଛି, ତାଙ୍କ ସଂପର୍କୀୟଙ୍କ ଠାରୁ ୫ହଜାର ଟଙ୍କା ଏବଂ ସାଙ୍ଗ ଠାରୁ ୬ ହଜାର ଟଙ୍କା ଠକି ନେଇଛି । ସେହିପରି ସାନହୋଲି ଗାଁର ବେଣୁଧର ଶତପଥୀଙ୍କ ଠାରୁ ୧୧ ହଜାର ଟଙ୍କା ଠକି ନେଇଛି ଠକ୍ ସୁରେଶ । ଆଉ ଲୋକଙ୍କ ଅଭିଯୋଗ ଆଧାରରେ ନିଆଳି ପୋଲିସ ଖବର ଠକକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/35-16.jpg)