କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ବାପା ତାଙ୍କୁ ୧୦ ହଜାର ଟଙ୍କାରେ ବିକିଦେବା ପରେ ସମ୍ପୃକ୍ତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ମାମଲା ରୁଜୁ ନକରିବାରୁ ପୀଡିତା ନିଜ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଇଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶର ହାପୁର ଅଂଚଳର ଉକ୍ତ ମହିଳାଙ୍କୁ ବର୍ତ୍ତମାନ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ନିଆଁରେ ତାଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ବେଳେ ସେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ମାମଲାରେ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତି ମଲିୱାଲ୍ ହସ୍ତକ୍ଷେପ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିବା ପରେ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/RAPE.jpg)