ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା

400

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ଛାଉଣୀ । ଏନକାଉଣ୍ଟ ପରେ ହାଇଦର ଗାଁରେ ପୋଲିସର କଡା ପହରା । କୌଣସି ଉତ୍ତେଜନା ଆଶଙ୍କାରେ ପୋଲିସ ଏଭଳି ପଦକ୍ଷେପ ନେଇଛି ।

ଆଜି ବାଲେଶ୍ୱର ସିମୁଳିଆରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟକରିଥିଲା ପୋଲିସ । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ବାଲେଶ୍ୱର ହସ୍ପିଟାଲରେ ହାଇଦର ମୃତ୍ୟୁ ହୋଇଥିଲା । ମୃତ୍ୟୁ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିବା ନେଇ ସୂଚନା ମିଳିଥିଲା ।