କନକ ବ୍ୟୁରୋ: ଫୋନରେ ଗପିଲେ ୫ ହଜାର ଗଣିବେ । ନୂଆ ଟ୍ରାଫିକ ନିୟମ ଅନୁସାରେ ଯଦି ଆପଣ ଗାଡି ଚଳାଇଲା ବେଳେ ଫୋନରେ ଗପୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ତେଣୁ ଡ୍ରାଇଭିଂ କଲା ବେଳେ ଫୋନରେ ନଗପିବାକୁ ଟ୍ରାଫିକ ପୋଲିସ ସଚେତନ କରୁଛନ୍ତି ।
ମାତ୍ର ଏ ଦୃଶ୍ୟକୁ ଭଲ କି ଦେଖନ୍ତୁ । ଭ୍ୟାନ ଭିତରେ ଗପି ଗପି ଗାଡି ଚଳାଉଥିବା ସେ ବାବୁ ଜଣଙ୍କ ସାଧାରଣ ଲୋକ ନୁହଁନ୍ତି ବରଂ ଜଣେ ପୋଲିସ କର୍ମଚାରୀ । ଦେଖନ୍ତୁ ପାଟ୍ରୋଲିଂରେ ଥିବା ପିସିଆର ଭ୍ୟାନ ଡ୍ରାଇଭର କେମିତି ଫୋନରେ ଗପି ଗାଡି ଚଳାଉଛନ୍ତି । ଆଉ ତାଙ୍କ ପାଖରେ ବସିଥିବା ପୋଲିସ ବାବୁ ବି ମୋବାଇଲ ଭିତରେ ହଜି ଯାଇଛନ୍ତି ।
ତେବେ ଗଣମାଧ୍ୟମର କ୍ୟାମେରା ଦେଖି ପୋଲିସ ବାବୁ ମୋବାଇଲ ମୋହରୁ ମୁକୁଳୁଛନ୍ତି ଆଉ ଏ ଦୃଶ୍ୟ ନଦେଖାଇବାକୁ ହାତ ବି ଯୋଡୁଛନ୍ତି । ଏ ଦୃଶ୍ୟ ଦେଖିଲା ପରେ ପ୍ରଶ୍ନ ଉଠୁଛି କି ଯଦି ସାଧାରଣ ଲୋକେ ଫୋନରେ ଗପିଲେ ଫାଇନ ଗଣୁଛନ୍ତି ତେବେ ପୋଲିସ କାହିଁକି ଛାଡ ପାଇବେ ଆଉ ଏମାନଙ୍କ ଠାରୁ କିଏ ଆଦାୟ କରିବ ଫାଇନ ।
Follow Us
/kanak/media/post_attachments/wp-content/uploads/2019/09/Screen-Shot-2019-09-06-at-6.24.30-PM-300x240.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-06-at-6.25.04-PM-300x237.png)