ବଲିଉଡର ବେବି ଡଲଙ୍କ ପାଇଁ ଅସୁବିଧାରେ ପଡିଛନ୍ତି ମୋବାଇଲ୍ ଫୋନ୍ ଷ୍ଟୋରର ମାଲିକ । ଏପରିକି ଏହି ମାଲିକଙ୍କ ସହ ଅନ୍ୟ ୧୦୦ ଜଣଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ସୂଚନା ଅନୁସାରେ, କୋଚିର ଏକ ପ୍ରିମୟର୍ ସ୍ମାର୍ଟ ଫୋନ୍ ଆଉଟଲେଟର ଲଂଚିଙ୍ଗ୍ ପାଇଁ ପହଂଚିଥିଲେ ସନ୍ନି ଲିଓନି । ତେବେ ସନ୍ନିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଲାଗିଥିଲା ନାହିଁ ନଥିବା ଭିଡ । ଯେତେବେଳେ ସେ କୋଚିର ଏମଜି ରୋଡରେ ପହଂଚିଥିଲେ ସେତେବେଳେ ହଜାର ହଜାର ପ୍ରଶଂସକ ତାଙ୍କ କାରକୁ ଘେରି ଯାଇଥିଲେ ।
ପରିସ୍ଥିତି ଏପରି ହୋଇଥିଲା ଯେ ଏହି ଭିଡକୁ ନିୟନ୍ତ୍ରଣ କରିବା ଟ୍ରାଫିକ୍ ପୁଲିସ୍ ପାଇଁ କାଠିକର ପାଠ ହୋଇଯାଇଥିଲା । ଏପରିକି ଏହି ଭିଡକୁ କାବୁ କରିବା ପାଇଁ ଦୁଇ ଦୁଇ ଥର ବଳ ପ୍ରୟୋଗ ମଧ୍ୟ କରିବାକୁ ପଡିଥିଲା । ତେଣୁ ପୁଲିସ୍ ମୋବାଇଲ୍ ଷ୍ଟୋର୍ ମାଲିକଙ୍କ ସହ ଅନ୍ୟ ୧୦୦ ଜଣଙ୍କ ବିରୋଧରେ ଘଂଟା ଘଂଟା ଧରି ଟ୍ରାଫିକ୍ ଅଟକାଇବା ନେଇ ଆଇପିସି ଧାରା ୨୮୩ ଏବଂ ୮୩ ଅନୁଯାୟୀ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ ଯେ ସନ୍ନି ଲିଓନିଙ୍କୁ ଦେଖିବାପାଇଁ ତାଙ୍କ ପ୍ରଶଂସକ ମାନଙ୍କର ପାଗଳାମି ଦୃଶ୍ୟକୁ ସନ୍ନି ଲିଓନିଙ୍କ ସ୍ୱାମୀ ଡ଼େନିୟଲ୍ ବେବର୍ ନିଜର ଟ୍ଵିଟର୍ରେ ସେଆର୍ କରିଥିଲେ । ଖାଲିସେତିକି ନୁହେଁ, ନିଜେ ସନ୍ନି ମଧ୍ୟ ଏହାକୁ ନିଜର ସୋସିଆଲ୍ ଆକାଉଣ୍ଟ୍ରେ ସେୟାର୍ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/Sunny-leony.jpg)