କନକ ବ୍ୟୁରୋ : ଗାନ୍ଧୀମାର୍ଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିଜେପିର ରଣହୁଙ୍କାର । ଆସନ୍ତାକାଲି ରାଜ୍ୟର ସମସ୍ତ ପୋଲିସ ଥାନାରେ ପୋଲିସ ଡିଜି, ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏଫଆଇଆର ଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଆସନ୍ତା ୪ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପି ପକ୍ଷରୁ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟ ଦ୍ୱାରସ୍ଥ ହେବେ ବୋଲି ପୃଥ୍ୱୀରାଜ କହିଛନ୍ତି ।