କନକ ବ୍ୟୁରୋ: ସାବାଡ ହେବେ ରୋଡ ରୋମିଓ । ପୁରୀ ଜିଲ୍ଲା ଚାରିଛକ ପୋଲିସ ପକ୍ଷରୁ ଏଥିପାଇଁ ଆରମ୍ଭ ହୋଇଛି ଆମ ପୋଲିସ କାର୍ଯ୍ୟକ୍ରମ । ଜନସାଧାରଣଙ୍କ ନିକଟ ତର ହେବ ଆମ ପୋଲିସ । ପୋଲିସ ଜନସାଧାରଣ ଭିତରେ ବନ୍ଧୁତ୍ୱ ପୂର୍ଣ୍ଣ ସଂପର୍କ ସ୍ଥାପନ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ଚାରିଛକ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସାଧାରଣ ନାଗରିକ ସହିତ ପୋଲିସର ସଂପର୍କ ମଜଭୁତ କରିବା । ଏଥିରେ ବହୁ ବରିଷ୍ଠ ନାଗରିକ ,ବୁଦ୍ଧିଜୀବି ,କଲେଜ ଛାତ୍ରୀ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ନିମାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ୩୭ ଜଣ ବରିଷ୍ଠନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳଙ୍କ ନେତୁତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏକ ବର୍ଷ ପୁରିଛି ଏହି ଥାନକୁ ଏବେ ତାର ପ୍ରଥମ ବର୍ଷରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।