କନକ ବ୍ୟୁରୋ : ପୋଲିସ ବିରୋଧରେ ଏଭିବିପି ଛାତ୍ର ନେତାଙ୍କ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଦୁଇ ଏଭିବିପି ସଦସ୍ୟଙ୍କୁ କମିଶନରେଟ ପୋଲିସ ଉଠାଇନେଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଉକ୍ତଳ ବିଶ୍ୱବିଦ୍ୟାଳୟରୁ ଫେରୁଥିବା ବେଳେ ୱିମେନ୍ ଷ୍ଟଡିଜର ଦ୍ୱିତୀୟ ବର୍ଷର ଛାତ୍ର ସୁବ୍ରତ ବିଶ୍ୱାଳଙ୍କୁ ପୋଲିସ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଏବିଭିପି ଛାତ୍ର ନେତା ।

Advertisment

ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ନେତା ଓ ଏବିଭିପି ଛାତ୍ର ନେତାଙ୍କ ଭିତରେ ହୋଇଥିବା ବିବାଦକୁ ନେଇ ଏବିଭିପି ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ଗେଟ୍ ସାମ୍ନାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଏହି ସମୟରେ ପୋଲିସ କିଛି ଛାତ୍ରନେତାଙ୍କୁ ଉଠାଇନେବାକୁ ଚେଷ୍ଟା କରିଥିଲେ । ଯାହାକୁ ବିରୋଧ କରିଥିଲେ ସୁବ୍ରତ । ଏହାକୁ ନେଇ ସୁବ୍ରତଙ୍କୁ ପୋଲିସ ଉଠାଇ ନେଇ ସହିଦନଗର ଥାନାରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ଦେଶବିରୋଧୀ ମନ୍ତବ୍ୟ ଓ ଭାଷଣର ବିରୋଧ ଦର୍ଶାଇ ପ୍ରଦର୍ଶନ କରିଥିଲେ ଏବିଭିପି । ପରେ ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା ।