କନକ ବ୍ୟୁରୋ : ଭିଏସଏସ ନଗରରେ ଟ୍ରାଫିକ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଟ୍ରାଫିକ କନେଷ୍ଟବଳ ମନୋଜ ବେହେରା, ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଭିଏସଏସ ନଗର ହାଟରେ ଗାଡି ରଖିବାକୁ ନେଇ ଯୁକ୍ତିତର୍କରୁ, ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ ବିଏସଏଫ ଆସିଷ୍ଟାଂଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳ ରାସ୍ତା ଉପରେ ଗାଡି ରଖିଥିଲେ । ତାଙ୍କୁ ଗାଡି ହଟାଇବାକୁ ଟ୍ରାଫିକ୍ କନେଷ୍ଟବଳ ମନୋଜ ବେହେରା କହିବାରୁ, ଯୁକ୍ତିତର୍କ ହୋଇଥିଲା । ତାପରେ ସଂଗ୍ରାମ, ମନୋଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମନୋଜ ପୋଲିସ ପୋଷାକରେ ଥିଲେ ମଧ୍ୟ ମାଡ ମାରିବାକୁ ଟିକିଏ ବି ପଛାଇନଥିଲେ ସଂଗ୍ରାମ । ଅଭିଯୋଗ ପରେ ସଂଗ୍ରାମକୁ ଅଟକ ରଖି ପଚରାଉଚୁରା କରୁଛି ସହୀଦ ନଗର ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/22-30.jpg)