କନକ ବ୍ୟୁରୋ : ଖୋର୍ଦ୍ଧା ଜଙ୍କିଆରେ ପୋଲିସ ବାବୁଙ୍କ ମନମାନି । ଡାକ ନଶୁଣିବାରୁ ୱାର୍ଡ ସଭ୍ୟଙ୍କ ମୁଣ୍ଡ ଫଟାଇ ଦେଲେ ପୋଲିସ ବାବୁ । କୌଣସି ଏକ ମାମଲା ସମ୍ପର୍କରେ ବୁଝିବାକୁ ଜଙ୍କିଆ ଥାନାକୁ ଯାଇଥିଲେ ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ । ଥାନାରେ ଆଇଆଇସି ନଥିବାରୁ ସେ ବାହାରକୁ ଆସି ଫୋନରେ କଥା ହେଉଥିଲେ । ଏହି ସମୟରେ ଥାନା ଦାୟିତ୍ୱରେ ଥିବା ଏଏସ୍ଆଇ ଚିତରଞ୍ଜନ ମହାନ୍ତିଙ୍କୁ ତାଙ୍କୁ ଡାକିଥିଲେ ।

Advertisment

ସେ ଫୋନରେ କଥା ହେଉଥିବାରୁ ଏଏସ୍ଆଇଙ୍କ ଡାକ ଶୁଣିପାରିନଥିଲେ । ଏଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କ ଉପରକୁ ଏକ ଟେକା ଫିଙ୍ଗିଥିଲେ । ଏହା ନବକିଶୋରଙ୍କ ଦେହରେ ନବାଜିରୁ ଏଏସ୍ଆଇ ତାଙ୍କ ନିକଟକୁ ଯାଇ ମାଡ ମାରିବା ସହ ପଥର ଉଠାଇ ମୁଣ୍ଡକୁ ଛେଚି ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଅନ୍ୟ ଜଣେ ସମିତି ସଭ୍ୟ ଈଶ୍ୱର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିବାଦ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରିଣୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।