କନକ ବ୍ୟୁରୋ: ଲୋକଙ୍କ ପ୍ରତି ପୁଲିସର ବ୍ୟବହାର କେମିତି ରହୁଛି ତାକୁ ନେଇ ଡିଜି ବିଜୟ କୁମାର ଶର୍ମା ନିଜେ ସାଧାରଣ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଥାନାକୁ ଯାଉଥିବା ଲୋକ ତାଙ୍କ ଅନୁଭୂତି ବଖାଣିବେ। ପୁଲିସର ବ୍ୟବହାରକୁ ନେଇ ଜନତା ହିଁ ନମ୍ବର ଦେବେ। ମୋ ସରକାର ଯୋଜନାକୁ ଲୋକାଭିମୁଖୀ କରିବାକୁ ପୁଲିସ ଏଭଳି ପ୍ରୟାସ କରୁଛି।କିନ୍ତୁ ସାଧାରଣ ଜନତାଙ୍କୁ ପୁଲିସର ବ୍ୟବହାର ବ୍ରିଟିସ୍ ଅମଳର ରହିଯାଇଛି।
ଗତକାଲି ପୁରୀରେ ଜଣେ ସାଧୁଙ୍କୁ ପୁଲିସର ଦୁର୍ବ୍ୟବହାର କଥାକୁ ନେଇ ସହରରେ ଚର୍ଚ୍ଚା ଜୋରଧରିଛି। ପୁଲିସବାବୁ ଜଣକ ସାଧୁଙ୍କୁ ଗଳା ଧକ୍କା ଦେଉଛନ୍ତି। ତାଙ୍କ ବେକକୁ ଧରି ତଣ୍ଟିଆ ଦେଇ ବାହାରକୁ ଆଣୁଛନ୍ତି। ଏ ଚିତ୍ର ଥାନା ଭିତରେ ନୁହେଁ, ବରଂ ସର୍ବସାଧାରଣରେ ସିଂହଦ୍ବାର ସମ୍ମୁଖରେ ଘଟିଛି। ସାଧୁଙ୍କୁ ଗଳାଧକ୍କା ମାରୁଥିବା ପୁଲିସର ରୁକ୍ଷ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ସାଧୁଙ୍କ ସେମିତି କିଛି ଅପରାଧ ନଥିଲା। ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣକ ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ପୁଲିସ ତାଙ୍କୁ ଯିବାକୁ ବାରଣ କରିଥିଲା। ମାତ୍ର ସାଧୁ ଜଣକ ମହନ୍ତଙ୍କୁ ଭେଟିବାକୁ ଜିଦ୍ କରିଥିଲେ। ଏତିକିରେ ପୁଲିସ ବାବୁଙ୍କ ରାଗ ପ୍ରଚଣ୍ଡ ହୋଇଯାଇଥିଲା। ଆଉ ସେ ସାଧୁଙ୍କୁ ନିଜ କାରନାମା ଦେଖାଇଥିଲେ।
ସାଧୁଙ୍କୁ ଗଳା ଧକ୍କା ଦେଇ ବେକକୁ ଭିଡ଼ି ଧରି ଟାଣି ଟାଣି ନେଇଯାଇଥିଲେ। ପରେ ତାଙ୍କୁ ନେଇ ସିଂହଦ୍ବାର ଫାଣ୍ଡିରେ ଅଟକ ରଖିଥିବା ଜଣାପଡିଛି । ତେବେ କିଛି ଅପରାଧ ନଥାଇ ବି ପୁଲିସ ଜଣେ ସାଧୁଙ୍କୁ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ‘ମୋ ସରକାର ଯୋଜନା’ରେ ଏହି ପୁଲିସଙ୍କ ବିରୋଧରେ କି ଭଳି କାର୍ଯ୍ୟାନୁଷ୍ଠାନନିଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/POLICE-5.jpg)
/kanak/media/post_attachments/wp-content/uploads/2019/09/IMG-20190927-WA0019-300x254.jpg)
/kanak/media/post_attachments/wp-content/uploads/2019/09/IMG-20190927-WA0020-300x238.jpg)
/kanak/media/post_attachments/wp-content/uploads/2019/09/IMG-20190927-WA0021-300x215.jpg)