ଲୋକଙ୍କ ଆଗରେ ଲୁଟେରାଙ୍କୁ ପୁଲିସର ମାଡ଼ । ଏଟିଏମ ଲୁଟେରାଙ୍କୁ କାବୁ କରି ପିସିଆର ଭ୍ୟାନ ଜିମା ଦେଲେ ସ୍ଥାନୀୟ ଲୋକ

ଫଟୋ ଉଠାଇଲା ପୁଲିସ

127

କନକ ବ୍ୟୁରୋ: ଲୋକଙ୍କ ଆଗରେ ଏଟିଏମ ଲୁଟେରାଙ୍କୁ ପୁଲିସର ମାଡ଼ । ଏଟିଏମରୁ ଲୁଟ ଉଦ୍ୟମ କରୁଥିବା ବେଳେ ୨ ଏଟିଏମ ଲୁଟେରାକୁ ଧରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡେଲଟା ଛକ ପାଖରେ ଥିବା ଏକ ଏଟିଏମ କାଉଂଟରରେ ଦୁଇ ଲୁଟେରାଙ୍କୁ ଜଣେ ସ୍ଥାନୀୟବାସିନ୍ଦା ଦେଖିବାକୁ ପାଇଥିଲେ । ସେମାନଙ୍କ ହାବଭାବରୁ ସେମ।।ନେ ଲୁଟ ପାଇଁ ଆସୁଥିବା ତ୍ରିନାଥ ସନ୍ଦେହ କରିଥିଲେ ।

ଏନେଇ ସାଂଗେ ସାଂଗେ ସେ ପିସିଆରକୁ ଜଣାଇଥିଲେ । ଏହା ପରେ ସ୍ଥାନୀୟ ଲୋକମାନେ ଲୁଟେରାକୁ ଧରି ପିସିଆର ଭ୍ୟାନ ଜିମା ଦେଇଥିଲେ । ପୁଲିସ ଲୁଟେରାଙ୍କୁ ସେହି ଏଟିଏମ ଭିତରକୁ ନେଇ ମାଡ଼ ମାରିବା ସହ ଫେଟୋ ଉଠାଇଥିଲା । ଲୁଟେରା ହେଉଛନ୍ତି ପାଇକନଗରର ସାଗର ଓ ରୂପକ । ସେମାନଙ୍କୁ ନୟାପଲ୍ଲୀ ଥାନାରେ ରଖାଯାଇ ପୁଲିସ ପଚରାଉଚରା କରୁଛି ।