ରାହୁଲଙ୍କ ଘରେ ପୋଲିସ: ୨ ଘଣ୍ଟା ପରେ ଦେଖାଦେଲେ ରାହୁଲ

692

କନକ ବ୍ୟୁରୋ: ରବିବାର ମଧ୍ୟାହ୍ନ ,ଦିଲ୍ଲୀ ଜନପଥ ରୋଡରେ ହଠାତ୍ ୩ଟି ପୋଲିସ ଗାଡି ଆସି ପହଁଚିଲା । ରାହୁଲ ଗାନ୍ଧୀଙ୍କ ବାସ ଭବନ ଆଗରେ ଭିଡ ଜମାଇଲେ ପୋଲିସ କର୍ମଚାରୀ । ଏପଟେ କଂଗ୍ରସର ଅନେକ ନେତା ଆସି ରାହୁଲଙ୍କ ଘରକୁ ପହଁଚିବା ପରେ ପୋଲ୍ିସ ସେମାନଙ୍କୁ ଭିତରକୁ ଛାଡିଲାନାହିଁ । ସମସ୍ତଙ୍କ ମନରେ ପ୍ରଶ୍ନ ଆସିଲା ରାହୁଲ ଘରକୁ କାହିଁକି ଆସିଲା ପୋଲିସ ।

ଜାନୁଆରୀ ୩୦
ସ୍ଥାନ-ଶ୍ରୀନଗର, କାଶ୍ମୀର

କାଶ୍ମିର ମହିଳା ମାନେ କିପରି ଶୋଷଣର ଶିକାର ହେଉଛନ୍ତି ସେ ବିଷୟରେ ରାହୁଲଙ୍କୁ ସେମାନଙ୍କ ଦୁଃଖ କାହାଣୀ କହିଥିବା ଯାତ୍ରାର ସମାପଦ ଦିନରେ କହିଥିଲେ ରାହୁଲ । ଆଉ ଏ ଘଟଣାର ପ୍ରାୟ ୪୫ ଦିନ ପରେ ରାହୁଲଙ୍କ ଘରେ ପହଁଚିଛି ପୋଲିସ । ଶ୍ରୀନଗରରେ ରାହୁଲଙ୍କ ବୟାନ । ଦିଲ୍ଲୀରେ ବିବାଦର ଝଡ

ମାର୍ଚ୍ଚ ୧୬ରେ ରାହୁଲଙ୍କୁ ମିଳିଥିଲା ଦିଲ୍ଲୀ ପୋଲିସର ପ୍ରଥମ ନୋଟିସ । ନୋଟିସର ଜବାବ ନ ଦେବାରୁ ପୋଲିସଙ୍କୁ ବାଧ୍ୟ ହୋଇ ରାହୁଲଙ୍କ ଘରକୁ ଆସିବାକୁ ପଡିଛି । ୨ ଘଣ୍ଟା ପରେ ପୋଲିସଙ୍କୁ ରାହୁଲ ଦେଖା କଲେ । ଜବାବ ପରବର୍ତ୍ତୀ ସମୟରେ ଦେବା ପାଇଁ କହିଥିଲେ ରାହୁଲ ।

ତେବେ ସାମ୍ବାଦିକ ସମ୍ମିଳନି କରି ଏ ଘଟଣାକୁ ନିନ୍ଦା କରିଛ କଂଗ୍ରେସ । କଂଗ୍ରେସ କହିଛି ଅଦାନି ପ୍ରସଙ୍ଗକୁ ଏଡାଇବା ପାଇଁ ରାଜନୈତିକ ପ୍ରତିଶୋଧ ନେଉଛି ବିଜେପି ଓ ରାହୁଲଙ୍କୁ ଟାର୍ଗେଟ କରାଯାଉଛି । ସେପଟେ ବିଜେପି ଏହାର ଜବାବ ଦେଇଛି ।

ସୋସିଆଲ ମିଡିଆରେ ଏ ଘଟଣାକୁ ନେଇ ପ୍ରତିକ୍ରିୟାଶିଳ ହୋଇଛି କଂଗ୍ରେସ । ମୋଦିଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ଲା କାର୍ଡ ପ୍ରଦର୍ଶନ କରାଯାଉଛି । ରାହୁଲଙ୍କୁ ଚୁପ କରିବା ପୂର୍ବରୁ ମୋଦୀ ଅଦାନି ପ୍ରସଙ୍ଗରେ ମୁହଁ ଖୋଲନ୍ତୁ ବୋଲି କହିଛି କଂଗ୍ରେସ ।