କଳାହାଣ୍ଡି: ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପୋଲିସ୍

Advertisment
କଳାହାଣ୍ଡି: ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପୋଲିସ୍

କନକ ବ୍ୟୁରୋ: ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପୋଲିସ୍ । କର୍ଲାମୁଣ୍ଡା ଫାଣ୍ଡିର ପୁଲିସ୍ ଏଏସଆଇ ଗୟା କୁମାର ସେନାପତି ଏକ ମାମଲାର ସମାଧାନ ପାଇଁ ୩ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଂଚ ଟଙ୍କାକୁ ଜବତ କରିବା ସହ ଏଏସଆଇଙ୍କୁ ପଚରା ଉଚରା କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ, କର୍ଲାମୁଣ୍ଡା ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏକ ମାମଲା ଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱ ଏଏସଆଇ ଶ୍ରୀ ସେନାପତି ନେଇଥିଲେ। ତେବେ ଏହାକୁ ଦଫାରଫା କରିବା ପାଇଁ ଶ୍ରୀ ସେନାପତି ଶ୍ରୀ ନାୟକଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳେ ଶ୍ରୀ ନାୟକ ଏଏସଆଇ ଶ୍ରୀ ସେନାପତିଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ଓ ତାଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ୩ ହଜାର ଟଙ୍କା ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe